ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କକୁ ଦେଖି ଚୀନରେ ଫସିଥିବା ୩୨୪ ଭାରତୀୟଙ୍କୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି ।
ଚୀନରେ କରୋନା କାୟା ବିସ୍ତାର କରୁଥିବାରୁ ଏୟାର ଇଣ୍ଡିଆର ଡବଲ ଡେକର ଜମ୍ବୋ ୭୪୭ ବିମାନ ଭାରତୀୟଙ୍କୁ ଆଣି ଦିଲ୍ଲୀରେ ପହଂଚିସାରିଲାଣି ।
୪୨୩ ଯାତ୍ରୀଙ୍କ କ୍ଷମତା ବହନ କରୁଥିବା ଏହି ବିମାନ ସକାଳ ୭ଟା ୩୦ରେ ଭାରତ ପହଂଚିଲା । ବିମାନରେ ଛାତ୍ରଙ୍କ ସମେତ ଦିଲ୍ଲୀ ରାମ ମନୋହର ଲୋହିୟା ହସ୍ପିଟାଲର ୫ଜଣିଆ ଡାକ୍ତର ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ଫେରିଥିବା ଭାରତୀୟଙ୍କୁ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।
ସୂଚନାଯୋଗ୍ୟ, ଚୀନରେ ଯେଉଁଠି କରୋନା ଭାଇରସର ପ୍ରକୋପ ସବୁଠାରୁ ଅଧିକ, ସେହି ସ୍ଥାନରେ ୭୦୦ ଭାରତୀୟ ରହନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ମେଡିକାଲ ଛାତ୍ର ଓ ରିସର୍ଚ୍ଚ ସ୍କଲାର ସାମିଲ ଅଛନ୍ତି । ଚୀନରେ ଏପର୍ଯ୍ୟନ୍ତ ୨୫୯ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ।
Comments are closed.