ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୮୦ ଛୁଇଁଛି । ଏହାବ୍ୟତିତ ୨୩ଶହରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
#Coronavirus death toll in China rises to 80 and the number of infected across the country reaches 2,300 according to the government: AFP news agency.
— ANI (@ANI) January 26, 2020
ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟ ୨୩୦୦ରେ ପହଞ୍ଚିଥିବା ବେଳେ ମୁଖ୍ୟକେନ୍ଦ୍ର ପାଲଟିଛି ହୁବଇର ବୁହାନ ସହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାକୁ ଡାକ୍ତରୀ ଟିମ୍ ପଠାଇବା ଲାଗି ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।
ଅଧିକ ପଢନ୍ତୁ: କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…
ଏହାବ୍ୟତିତ ହୁବଇରେ ମୋଟ୍ ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୪୬୧ ଜଣଙ୍କ ଅବସ୍ଥା ସାଘାଂତିକ ରହିଥିବା ନେଇ ନ୍ୟାସନାଲ୍ ହେଲଥ କମିଶନ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଏହି ଭାଇରସ ସଂକ୍ରମଣକୁ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଗମ୍ଭୀର ପରିସ୍ଥିତି କହିଥିବା ବେଳେ ହୁବଇକୁ ଚୀନ୍ ବନ୍ଦ ରଖିଥିବାରୁ ବହୁ ସଂଖ୍ୟାରେ ଲୋକମାନେ ଯାତାୟାତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ, ୟୁରୋପର ଦକ୍ଷିଣ ପଶ୍ଚିମ ସହରରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ଦ୍ୱିତୀୟ ଘଟଣା ପ୍ୟାରିସରେ ଦେଖାଦେଇଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ ପୀଡିତଙ୍କ ସମ୍ପର୍କିୟ ବୋଲି ଜଣାପଡିଛି ।ଏହି ତିନି ଜଣ ବ୍ୟକ୍ତି ଚୀନରୁ ଫେରିଥିଲେ । ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା ।
ଅଧିକ ପଢନ୍ତୁ: କରୋନା ଭୂତାଣୁ ଆତଙ୍କ; ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱର ଏୟାରପୋର୍ଟରେ ଯାଞ୍ଚ ପ୍ରକ୍ରିୟା ଜାରି
ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।
ବ୍ୟାପୁ ଥିବା କୋରନା ଭାଇରସର ଆତଙ୍କ ଯୋଗୁଁ ଭାତରରେ ମଧ୍ୟ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୋରୋନା ଭାଇରସ ସଂକ୍ରମିତ ହେଉଥିବା ଯୋଗୁଁ ଚୀନର ୧୩ଟି ସହରରେ ସାଧାରଣତଃ ଯାତାୟତ ଉପରେ କଟକଣା ଲଗାଯାଇଛି । ପ୍ରାୟ ୪ କୋଟି ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି । ଚୀନର ସମସ୍ତ ବିମାନବନ୍ଦରକୁ ସିଲ୍ କରାଯାଇଛି ।
Comments are closed.