Latest Odisha News

BREAKING NEWS

ହୀରା ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଲା କରୋନା !

ନୂଆଦିଲ୍ଲୀ : ସୁରତର ହୀରା ବ୍ୟବସାୟୀଙ୍କୁ ଆସନ୍ତା ୨ ମାସରେ ପାଖାପାଖି ୮ହଜାର କୋଟି ଟଙ୍କାର କ୍ଷତି ହୋଇପାରେ । ଏହାର କାରଣ ହେଉଛି ଚୀନରେ ବ୍ୟାପିଥିବା ଘାତକ ଭାଇରସ । କରୋନା ଭାଇରସ କାରଣରୁ ହଙ୍ଗକଙ୍ଗ ଏମାରଜେନ୍ସି ଘୋଷଣା କରିଛି । ହଙ୍ଗକଙ୍ଗ ସୁରତର ପ୍ରମୁଖ ହୀରା ରପ୍ତାନୀ ମାର୍କେଟ ।

ସୁରତର ହୀରା ବ୍ୟବସାୟୀଙ୍କ କହିବାନୁସାରେ, “ହଙ୍ଗକଙ୍ଗ ଆମ ପାଇଁ ପ୍ରମୁଖ ବ୍ୟବସାୟ କେନ୍ଦ୍ର । କରୋନା ଭାଇରସ ବ୍ୟାପିବା ଯୋଗୁଁ ବ୍ୟବସାୟିକ ଗତିବିଧି କମିଯାଇଛି । ସୁରତରୁ ପ୍ରତିବର୍ଷ ୫୦ହଜାର କୋଟି ଟଙ୍କାର ପଲିଶ ହୋଇଥିବା ହୀରା ହଙ୍ଗକଙ୍ଗକୁ ଯାଏ । କିନ୍ତୁ କରୋନା ଭାଇରସ ପାଇଁ ହଙ୍ଗକଙ୍ଗ ଗୋଟିଏ ମାସର ଛୁଟି ଘୋଷଣା କରିଛି ।”

ହଙ୍ଗକଙ୍ଗରେ ଯେଉଁ ଗୁଜରାତି ବ୍ୟବସାୟୀଙ୍କ ଅଫିସ ଅଛି । ସେମାନେ ସେଠାରୁ ଫେରୁଛନ୍ତି । ଫେବୃଆରୀ ଓ ମାର୍ଚ୍ଚରେ ସୁରତର ହୀରା କାରଖାନାକୁ ୮ହଜାର କୋଟି ଟଙ୍କାର କ୍ଷତି ହୋଇପାରେ ।

Leave A Reply

Your email address will not be published.