Latest Odisha News

BREAKING NEWS

ଡିଫେନ୍ସ ଏକ୍ସପୋରେ ଭାରତର ଶକ୍ତି ପ୍ରଦର୍ଶନ

ଲକ୍ଷ୍ନୌ: ଆଜି ପୁରା ଦୁନିଆର ନଜର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଉପରେ ରହିଛି । ଯେଉଁଠି ଡିଫେନ୍ସ ଏକ୍ସପୋ ୨୦୨୦ର ଆୟୋଜନ ହେଉଛି । ଏହି ଏକ୍ସପୋ ଜରିଆରେ ସାରା ଦୁନିଆ ଭାରତର ବଢ଼ୁଥିବା ସୈନ୍ୟ ସାମରିକ ଶକ୍ତି ଦେଖିବ । ଏହି ଏକ୍ସପୋରେ ଶତ୍ରୁଙ୍କ ନାକେଦମ୍ କଲା ଭଳି ଅସ୍ତ୍ର ପ୍ରଦର୍ଶନ କରିବ ଭାରତ । ଡିଫେନ୍ସ ଏକ୍ସପୋରେ ପବ୍ଲିକ ଓ ପ୍ରାଇଭେଟ୍ ସେକ୍ଟର ପକ୍ଷରୁ ମିଳିମିଶି ପ୍ରସ୍ତୁତ କରାଯାଇଥିବା ଅସ୍ତ୍ର ଦୁନିଆ ସାମନାରେ ଉପସ୍ଥାପନ କରିବ ।

ଫେବୃଆରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଡିଫେନ୍ସ ଏକ୍ସପୋର ଉଦଘାଟନ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ସେ କହିଛନ୍ତି, “ଭାରତ ହେଉଛି ଦୁନିଆର ସବୁଠାରୁ ବଡ ଜନସଂଖ୍ୟା, ଦୁନିଆର ଦ୍ୱିତୀୟ ବଡ ସେନା ଓ ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ର ଥିବା ଦେଶ, କେତେ ଦିନ ରପ୍ତାନୀ ଭରସାରେ ରହିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ଲକ୍ଷ୍ୟକୁ ଅନୁସରଣ କରି ଭାରତ ଅନେକ ଯୁଦ୍ଧ ସମାଗ୍ରୀ ନିର୍ମାଣ କରିଛି । ”

Leave A Reply

Your email address will not be published.