Latest Odisha News

କରୋନା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ବଢ଼ିଲା କଟକଣା

ଭୁବନେଶ୍ୱର: ମାରାତ୍ମକ ଭୂତାଣୁ କରୋନା ଏବେ ନିଜ କାୟା ସାରା ବିଶ୍ୱକୁ ବିସ୍ତାର କିରବାରେ ଲାଗିଛି । ତେବେ ଏଥିରୁ ବର୍ତ୍ତିବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରସ୍ତୁତି । କରୋନାକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ କଟକଣା ବଢ଼ାଇ ଦିଆଯାଇଛି ।
ମାରାତ୍ମକ ଭୂତାଣୁ ଦାଉରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ବିଦେଶ ଗସ୍ତ ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଯାଂଚ କରାଯାଉଛି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯାଂଚ ଆରମ୍ଭ ହୋଇଛି ।

Leave A Reply

Your email address will not be published.