Latest Odisha News

BREAKING NEWS

ଦିଲ୍ଲୀ ହିଂସା: ଗିରଫ ହେଲା ମୋଷ୍ଟ ୱାଟେଂଡ ଶାହାରୁଖ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ପୋଲିସକୁ ବନ୍ଧୁକ ଦେଖାଇ ଚର୍ଚ୍ଚାକୁ ଆସିଥିବା ମୋଷ୍ଟ ୱାଟେଂଡ ମହମ୍ମଦ ଶାହାରୁଖକୁ ପୋଲିସ ଗିରଫ କରିଛି । ଉତ୍ତରପ୍ରଦେଶର ସାମଲିରୁ ଦିଲ୍ଲୀ କ୍ରାଇମବ୍ରାଂଚ ତାକୁ ଗରିଫ କରିଥିବା ସୂଚନା ମିଳିଛି ।
ଫେବୃଆରୀ ୨୪ରେ ଦିଲ୍ଲୀ ହିଂସା ବେଳେ ଶାହାରୁଖ ପୋଲିସ ଉପରକୁ ଖୋଲାଖୋଲି ବନ୍ଧୁକ ଉଠାଇଥିଲେ । ତେବେ କଥା କେବଳ ସେତିକିରେ ସରିନଥିଲା ସେ ଢ଼େଲା ମାଡ ପ୍ରତିବାଦରେ ୮ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ । ମାଙ୍ଗଳବାର ଦିଲ୍ଲୀ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି ।
ସୂଚନାଯୋଗ୍ୟ ଯେ, ନାଗରିତକା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ଏଯାଏଁ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏହି ଦଙ୍ଗାରେ ଜଣେ ପୋଲିସ କର୍ମୀ ଓ ଜଣେ ଆଇବି ଅଧିକାରୀଙ୍କ ଜୀବନ ଯାଇଛି ।

Leave A Reply

Your email address will not be published.