Latest Odisha News

BREAKING NEWS

ସଂକ୍ରମଣରେ ଚାଇନାକୁ କାଟିଲା ମହାରାଷ୍ଟ୍ର; ଦେଶରେ ୭ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟ ସଂକ୍ରମିତ ଦେଶ ଗୁଡିକୁ ପଛରେ ଛାଡି ଆଗକୁ ଆଗକୁ ବଢି ଚାଲିଛି ଭାରତ । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ସଂକ୍ରମଣରେ ଚାଇନାକୁ ଟପିଛି ଭାରତର ଗୋଟିଏ ରାଜ୍ୟ ମହାରାଷ୍ଟ୍ର। ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ରହିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୮୨,୯୬୮ ରେ ପହଞ୍ଚିଛି ।ଏଠାରେ ମୃତ୍ୟୁ ସଂଖ୍ୟା ୨୯୬୯ ଛୁଇଁଛି ।

ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଜି ଭାରତରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୯୯୮୩ ଜଣ ଆକ୍ରାନ୍ତ ଓ ପ୍ରାଣ ହରାଇଛନ୍ତି ୨୦୬ ଜଣ ବ୍ୟକ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୬୬୧୧ ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୭୧୩୫ ରେ ପହଞ୍ଚିଛି ।

Leave A Reply

Your email address will not be published.