Latest Odisha News

BREAKING NEWS

ସେନାକୁ ବଡ଼ ସଫଳତା: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଜମ୍ମୁ-କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୂଚନାନୁସାରେ, ସୋମବାର ସକାଳେ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଥିବା ପିଞ୍ଜୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପୁଲିସ ସୂଚନା ଦେଇଛମନ୍ତି। ଏହି ଅଞ୍ଚଳରେ ୫ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏକ କର୍ଡନ-ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିଛି ସମୟ ଧରି ଗୁଳି ବିନିମୟ ଚାଲିବା ପରେ ଭାରତୀୟ ସେନା ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ।

ଅନ୍ୟପଟେ ରବିବାର ଦକ୍ଷିଣ କଶ୍ମୀରରେ ଥିବା ଶୋପିଆନର ରେବାନ୍ ଗାଁରେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା।
ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କକରେ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ରବିବାର ସକାଳେ ଏହି ଅପରେସନ୍ ଆରମ୍ଭ କରିଥିଲା। ଏହି ଅପରେସନରେ ଭାରତୀୟ ସେନା, ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଏବଂ ଶୋପିଆନ୍ ପୁଲିସର କର୍ମଚାରୀମାନେ ସାମିଲ ଥିଲେ।

Leave A Reply

Your email address will not be published.