ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଦିନକୁ ଦିନ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୪୧୬ ମୁଣ୍ଡ ।
China reports 116 more deaths in coronavirus epicentre: AFP news agency.
— ANI (@ANI) February 14, 2020
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ ହଜାର ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି ।
ଚୀନର ଶିକ୍ଷା ମନ୍ତ୍ରୀ ଦେଇଥିବା ସୁଚନା ଅନୁଯାୟୀ, ଚୀନର ସମସ୍ତ ବିଦ୍ୟାଳୟକୁ ୧ ମାସ ଯାଏଁ ଛୁଟି ଘୋଷଣା କରାଯାଇଛି ।
ଚୀନର ରାଷ୍ଟ୍ରପତି ଦେଇଥିବା ସୁଚନା ଅନୁସାରେ, ଏହି ମାରାତ୍ମକ ଭାଇରସର ମୁକବିଲ ପାଇଁ ୨୦, ୦୦୦ ଡାକ୍ତରୀ ଦଳ ଚେଷ୍ଟା ଜାରି ରଖିଛନ୍ତି ।
ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।
Comments are closed.