Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ ଦ୍ୱିତୀୟ କ୍ୱାଲିଫାୟାର ଟୁର୍ନାମେଂଟ ଘୁଂଚିଲା

କୁଆଲଲୁମ୍ପୁର: କରୋନା ଭାଇରସ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ମାଲେସିଆରେ ହେବାକୁ ଥିବା ୨୦୨୩ ଚ୍ୟାଲେଞ୍ଜ ଲିଗ୍‌-ଏ କ୍ୱାଲିଫାୟର ଟୁର୍ଣ୍ଣାମେଂଟକୁ ଘୁଂଚାଇ ଦେଇଛି । ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଖୁବ୍ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ ୧୬ରୁ ୨୬ ପର୍ଯ୍ୟନ୍ତ ଏହି କ୍ୱାଲିଫାୟାର ମୁକାବିଲା କାନାଡା, ଡେନମାର୍କ, ମାଲେସିଆ, କତାର, ସିଙ୍ଗାପୁର ଟିମ୍ ଅଂଶ ଗ୍ରହଣ କରିଥାନ୍ତେି । ଏହି କ୍ୱାଲିଫାୟର ୩ ରାଉଣ୍ଡ ବିଶିଷ୍ଟ ହେବ । ଏହି ରାଉଣ୍ଡଗୁଡିକର ଫଳାଫଳ ବିଚାରକୁ ନିଆଯାଇ ୨ଟି ଦେଶ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସେହିପରି ଥାଇଲାଣ୍ଡରେ ହେବାକୁ ଥିବା ଚର୍ତୁଦେଶୀୟ ମହିଳା ଟି୨୦ ଟୁର୍ଣ୍ଣାମେଂଟକୁ ମଧ୍ୟ ଅନିଶ୍ଚିତତା ସମୟ ପାଇଁ ଘୁଂଚାଇ ଦିଆଯାଇଛି ।

Leave A Reply

Your email address will not be published.