Latest Odisha News

BREAKING NEWS

ରିସର୍ଚ୍ଚରୁ ଖୁଲ୍ଲାସା: ବ୍ୟାଙ୍କ ନୋଟରୁ ବ୍ୟାପୁଛି କରୋନା !

ସିଡନୀ: କରୋନା ଉପରେ ରିସର୍ଚ୍ଚ ବେଳେ ସାମନାକୁ ଆସିଲା ନୂଆ ତଥ୍ୟ । କରୋନା ଭୂତାଣୁ (ସାର୍ସ-ସିଓଭି-୨) ବ୍ୟାଙ୍କ ନୋଟରେ ସପ୍ତାହ ସପ୍ତାହ ଧରି ସକ୍ରିୟ ରହୁଛି । ସେହିପରି ମୋବାଇଲ୍ ସ୍କ୍ରିନ୍, କାଚ, ଇସ୍ପାତ ଭଳି ପୃଷ୍ଠ ଉପରେ ପାଖାପାଖି ୨୮ ଦିନ ସକ୍ରୟ ରହୁଛି ଭୂତାଣୁ । ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଗବେଷଣାରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଛନ୍ତି ।

ଅଷ୍ଟ୍ରେଲିଆନ୍ ସେଣ୍ଟର ଫର ଡିଜିଜ୍ ପ୍ରିପେୟାଡନେସ୍ ଏସମ୍ପର୍କରେ ଗବେଷଣା ଚଳାଇଛି । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, କରୋନା ଭୂତାଣୁ ମୋବାଇଲ୍ ଫୋନ୍ ସ୍କ୍ରିନ, ପ୍ଲାଷ୍ଟିକ୍ ବ୍ୟାଙ୍କନୋଟରେ ଚାରି ସପ୍ତାହ ଯାଏ ଆକ୍ଟିଭ ରହୁଛି । ୨୦ ଡିଗ୍ରୀ ସେଲସିୟସ ତାପମାତ୍ରା ଥିବା ରୁମରେ ବି ଅଧିକ ଦିନ ସକ୍ରିୟ ରହୁଛି ଭାଇରସ୍ ।

ପ୍ଲାଷ୍ଟିକ ବ୍ୟାଙ୍କ ନୋଟ ତୁଳନାରେ କାଗଜ ନୋଟରେ କରୋନା ଭୂତାଣୁ ଦୀର୍ଘ ଦିନ ସକ୍ରିୟ ରହିଥାନ୍ତି । ତେଣୁ ବ୍ୟାଙ୍କର କାଚ, ପ୍ଲାଷ୍ଟିକ ବୋର୍ଡ ଭଳି ସ୍ଥାନକୁ ନିୟମିତ ବ୍ୟବଧାନରେ ଓ ଦୈନିକ ବିଶୋଧନ କରାଯିବା ଦରକାର ।

ଭାଇରୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, କେତେକ ପୃଷ୍ଠରେ ୪୦ ଡିଗ୍ରୀ ସେଲସିୟସରେ ଭୂତାଣୁର ଆୟୁଷ ଦିନେରୁ କମ୍ ହୋଇଯାଇଥିଲା । ରିସର୍ଚ୍ଚରୁ ଜଣାପଡ଼ିଛି ଯେ, କୋଭିଡ୍ -୧୯ ସୃଷ୍ଟି କରୁଥିବା କରୋନାଭାଇରସ୍ ଶୀତଳ ପାଗରେ ଅଧିକ ସମୟ ବଞ୍ଚିଥାଏ । ଗ୍ରୀଷ୍ମ ଅପେକ୍ଷା ଶୀତ ଦିନରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ।

Leave A Reply

Your email address will not be published.