Latest Odisha News

BREAKING NEWS

ଲୁଗା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଜୁଆଲ

ବାଲେଶ୍ୱର: ଦୋକାନ ଭିତରେ ପଶି ଲୁଗା ଦୋକାନୀଙ୍କୁ ଖଣ୍ଡାରେ ମରାନ୍ତକ ଆକ୍ରମଣ । ସିସିଟିଭିରେ କଏନ୍ ହେଲା ଲାଇଭ ଭିଜୁଆଲ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରେ ଘଟିଛି ଏଭଳି ଘଟଣା । ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ଜେନା ଓ ତାଙ୍କ ଭାଇ ଜିତେନ୍ଦ୍ର ଜେନା।

ସିସିଟିଭି ଫୁଟେଜ ଆଧାରରେ, ରାଜେନ୍ଦ୍ର ଓ ଜିତେନ୍ଦ୍ର ଏକ ଳୁଗା ଦୋକାନ ଭିତରେ ପଶି ଦୋକାନୀଙ୍କୁ ଧମକ ଚମକ ଦେବା ସହ ଖଣ୍ଡାରେ ତାଙ୍କ ଉପରକୁ ଆକ୍ରମଣ କରୁଛନ୍ତି। ଏଥିରେ ଦୋକାନୀ ଜଣକ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ଲୁଗା ଦୋକାନ ସାମ୍ନାରେ ଏକ ସିମେଣ୍ଟ ବୋଝେଇ ଗାଡ଼ିକୁ ରାଜେନ୍ଦ୍ର ଓ ଜିତେନ୍ଦ୍ର ଅଟକାଇଥିଲେ। ଗାଡ଼ି ଅଟକାଇବା ସହ ସେମାନ ଗଣ୍ଡଗୋଳ ମଧ୍ୟ କରିଥିଲେ। ତେବେ ଲୁଗା ଦୋକାନୀ ଜଣକ ସେମାନଙ୍କୁ ବୁଝାସୁଝା କରିବାକୁ ଯିବା ବେଳେ ଦୁଇ ଭାଇ ଦୋକାନ ଭିତରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭୋଗରାଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.