Latest Odisha News

BREAKING NEWS

କନ୍ଧମାଳ: ବାହାଘର ଭାଙ୍ଗିଲା କରୋନାଭାଇରସ୍ !

ଫୁଲବାଣୀ: କୋଭିଡ୍ -୧୯ ଗାଇଡ୍‌ଲାଇନ୍ ଭାଙ୍ଗି ଓଡିଶା ପୋଲିସ ହାତରେ ଗିରଫ ଫୁଲବାଣୀର ଯୁବକ । ସଂପୃକ୍ତ ଯୁବକ କରୋନା ମହାମାରୀ ବିରୋଧୀ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଭାଙ୍ଗି ବିବାହ ଉତ୍ସବର ଆୟୋଜନ କରିଥିଲେ ।

କନ୍ଧମାଳର ନୂଆପଦା ଗାଁରୁ ପରମେଶ୍ୱର ଭୁକ୍ତା ନାମକ ଯୁବକଙ୍କୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ । ବିବାହ ଉତ୍ସବରେ ୬୦ ରୁ ୮୦ ଜଣ ଯୋଗ ଦେଇଥିଲେ । ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ମାଜିଷ୍ଟ୍ରେଟ୍ ସମସ୍ତ ଜନତାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବିଶେଷ ସୁତ୍ରରୁ ଜଣାପଡିଛି ବିବାହର କିଛି ଘଣ୍ଟା ପର୍ବରୁ ସଂପୃକ୍ତ ଯୁବକଙ୍କୁ କ୍ରିମିନାଲ୍ ପ୍ରସିଜିଅର୍ କୋଡ୍ ଅନୁଯାୟୀ ଧାରା ୧୪୪ ଅଧିନରେ ଗିରଫ କରାଯାଇଛି ।

କରୋନାଭାଇରସ୍‌କୁ ମୂଳପୋଛ କରିବା ଲକ୍ଷରେ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଅପ୍ରେଲ୍‌୧୫ ପର୍ଯ୍ୟନ୍ତ କୌଣସି ପ୍ରକାର ଉତ୍ସବ କିମ୍ବା ମିଟିଂକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ । ଏପରିକି କୌଣସି ସ୍ଥାନରେ ୪ରୁ ଅଧିକ ଲୋକ ଏକତ୍ରିତ ହେବାକୁ ବି ସ୍ପଷ୍ଟ ଭାବେ ବାରଣ କରାଯାଇଥିଲା ।

Comments are closed.