ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଭାରତରେ ମଧ୍ୟ ଏହି ଭାଇରସ ଧୀରେ ଧୀରେ କାୟ ବିସ୍ତାର କରିବାରେ ଲାଗିଛି । ତେବେ ଏହାରି ଭିତରେ ଏକ ଆଶ୍ୱସ୍ତି ଜନକ ଖବର ସାମ୍ନାକୁ ଆସିଛି । ଭାରତରେ କରୋନା ଭୂତାଣୁର ସମୂହ ସଂକ୍ରମଣ ଆରମ୍ଭ ହୋଇନାହିଁ । ଏବେ ବି ଭାରତ ଷ୍ଟେଜ-୨ରେ ରହିଛି । ଏନେଇ ଇଣ୍ଡିଆନ୍ କାଂଉସିଳ ଫର୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ଏକ ହଜାର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିଲା । ସେଥିମଧ୍ୟରୁ ୮୨୬ଜଣଙ୍କ ରିପୋର୍ଟ ନେଗେଟିଭ ବାହାରିଛି । ବିଦେଶ ଯାଇନଥିବା ଏବଂ କୌଣସି ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ସମ୍ପର୍କରେ ଆସିନଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି । ଯଦି ଏଥିରୁ କିଛି ମାମଲା ପଜିଟିଭ ବାହାରେ ତେବେ ଦେଶରେ କରୋନା ଭାଇରସ ତୃତୀୟ ପର୍ଯ୍ୟାୟରେ ପହଂଚିବା ସମ୍ଭାବନା ବୃଦ୍ଧି ପାଇବ ।
ବର୍ତ୍ତମାନ ରିପୋର୍ଟ ଅନୁସାରେ କରୋନା ଭାଇରସ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପି ନାହିଁ । ଏହି ଭାଇରସ ଦ୍ୱାରା ସେହି ବ୍ୟକ୍ତିମାନେ ଆକ୍ରାନ୍ତ ହୋଇଛନ୍ତି, ଯେଉଁମାନେ ବିଦେଶରୁ ଫେରିଛନ୍ତି କିମ୍ବା ବିଦେଶ ଫେରନ୍ତା ଲୋକଙ୍କ ସମ୍ପର୍କରେ ଆସିଛନ୍ତି ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.