Latest Odisha News

BREAKING NEWS

କରୋନା ଭୂତାଣୁ ସଂକ୍ରମଣ: ଏବେ ବି ଷ୍ଟେଜ-୨ରେ ଭାରତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଭାରତରେ ମଧ୍ୟ ଏହି ଭାଇରସ ଧୀରେ ଧୀରେ କାୟ ବିସ୍ତାର କରିବାରେ ଲାଗିଛି । ତେବେ ଏହାରି ଭିତରେ ଏକ ଆଶ୍ୱସ୍ତି ଜନକ ଖବର ସାମ୍ନାକୁ ଆସିଛି । ଭାରତରେ କରୋନା ଭୂତାଣୁର ସମୂହ ସଂକ୍ରମଣ ଆରମ୍ଭ ହୋଇନାହିଁ । ଏବେ ବି ଭାରତ ଷ୍ଟେଜ-୨ରେ ରହିଛି । ଏନେଇ ଇଣ୍ଡିଆନ୍ କାଂଉସିଳ ଫର୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ଏକ ହଜାର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିଲା । ସେଥିମଧ୍ୟରୁ ୮୨୬ଜଣଙ୍କ ରିପୋର୍ଟ ନେଗେଟିଭ ବାହାରିଛି । ବିଦେଶ ଯାଇନଥିବା ଏବଂ କୌଣସି ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ସମ୍ପର୍କରେ ଆସିନଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି । ଯଦି ଏଥିରୁ କିଛି ମାମଲା ପଜିଟିଭ ବାହାରେ ତେବେ ଦେଶରେ କରୋନା ଭାଇରସ ତୃତୀୟ ପର୍ଯ୍ୟାୟରେ ପହଂଚିବା ସମ୍ଭାବନା ବୃଦ୍ଧି ପାଇବ ।
ବର୍ତ୍ତମାନ ରିପୋର୍ଟ ଅନୁସାରେ କରୋନା ଭାଇରସ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପି ନାହିଁ । ଏହି ଭାଇରସ ଦ୍ୱାରା ସେହି ବ୍ୟକ୍ତିମାନେ ଆକ୍ରାନ୍ତ ହୋଇଛନ୍ତି, ଯେଉଁମାନେ ବିଦେଶରୁ ଫେରିଛନ୍ତି କିମ୍ବା ବିଦେଶ ଫେରନ୍ତା ଲୋକଙ୍କ ସମ୍ପର୍କରେ ଆସିଛନ୍ତି ।

Leave A Reply

Your email address will not be published.