Latest Odisha News

BREAKING NEWS

କରୋନା ଭୟ: ମାର୍ଚ୍ଚ ୩୧ ଯାଏଁ ଚର୍ଚ୍ଚ ଗୁଡିକର ସମସ୍ତ ଧାର୍ମିକ କାର୍ଯ୍ୟ ସ୍ଥଗିତ

ଭୁବନେଶ୍ୱର: କରୋନା ଭରାଇସ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକସ୍ଥିତ ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଭୁବନେଶ୍ୱର ସ୍ଥିତ ଖ୍ରୀଷ୍ଟଙ୍କ ଚର୍ଚ୍ଚ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

କଟକସ୍ଥିତ ଓଡିଆ ବାପଟିଷ୍ଟ ଚର୍ଚ୍ଚର ସଭାପତି ଲାଲ ମୋହନ ରୋଲ କହିଛନ୍ତି ଯେ, ” ଆମେ ପରିସ୍ଥିତିର ଗମ୍ଭୀରତାକୁ ବୁଝି ପାରିବା ସହ ପ୍ରଶାସନକୁ ଆମର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବୁ ।

ଖ୍ରୀଷ୍ଟ ଚର୍ଚ୍ଚର ସଭାପତି ପରେଶ ଦାସ କହିଛନ୍ତି ଯେ, କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସାମାଜିକ ଦୂରତା ହେଉଛି ମୁଖ୍ୟ ଚାବିକାଠି। “ଚର୍ଚ୍ଚରେ ପୂଜା ସମୟରେ ଶହ ଶହ ଲୋକ ପ୍ରାର୍ଥନା କରିବାକୁ ଏକାଠି ହୁଅନ୍ତି। ଏଭଳି ପରିସ୍ଥିତିରେ ସାମାଜିକ ଦୂରତା ରକ୍ଷା କରିବା ନିଶ୍ଚିତ ଭାବେ କଷ୍ଟକର । ଚର୍ଚ୍ଚ ହିତାଧିକାରୀ ଅନ୍ୟ ହିତାଧିକାରୀଙ୍କ ସହ ପରାମର୍ଶ କରି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି, ପରେ ଏହି ନିଷ୍ପତ୍ତିର ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ସେହିପରି ବ୍ରହ୍ମପୁର, ଖୋର୍ଦ୍ଧା ଜଟଣୀ ସ୍ଥିତ ଓଡିଆ ବାପଟିଷ୍ଟ ଚର୍ଚ୍ଚରେ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟକଳାପକୁ ସ୍ଥଗିତ ରାଖାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.