Latest Odisha News

BREAKING NEWS

“ଜନତା କର୍ଫ୍ୟୁ”ରେ ସୋନୁ ନିଗମଙ୍କ ଅନ୍‌ଲାଇନ୍ କନସର୍ଟ

ମୁମ୍ବାଇ: ଜନତା କର୍ଫ୍ୟୁରେ ଜନତାଙ୍କୁ ଉତ୍ସାହିତ କରିବା ପାଇଁ ସୋନୁ ନିଗମ କରିବେ ଅନ୍‌ଲାଇନ୍ କନସର୍ଟ । କରୋନା ଭାଇରସର ପ୍ରଭାବରେ ସୋନୁଙ୍କର ଏକାଧିକ କନସର୍ଟ ବାତିଲ ହୋଇଥିଲା ।

ଏହା ପରଠୁ ସେ ଦୁବାଇରେ ନିଜ ପରିବାର ସହ ଆତ୍ମ ସଙ୍ଗରୋଧ ଅବସ୍ଥାରେ ଅଛନ୍ତି । ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହେବାକୁ ଯାଉଛି । ଏହି ପ୍ରକ୍ରିୟାରେ ଲୋକଙ୍କୁ ସାମିଲ କରାଇବା ପାଇଁ ପାଇଁ ସିଙ୍ଗର ସୋନୁ ଭାରତୀୟ ସମୟ ସଂଧ୍ୟା ୮ଟାରେ ଏକ ଅନ୍‌ଲାଇନ୍ କନସର୍ଟ କରିବେ ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ଭାରତୀୟ ଏବଂ ଭାରତୀୟ ସଙ୍ଗୀତକୁ ଭଲ ପାଉଥିବା ସମସ୍ତ ଫ୍ୟାନମାନଙ୍କ ସାମ୍ନାରେ ପରଫର୍ମ କରିବେ । ପୂର୍ବରୁ ଶାହରୁଖ ଖାନଙ୍କ ଭଳି ବଲିଉଡ ସୁପରଷ୍ଟାର ଟୁଇଟର ଓ ଇନଷ୍ଟାଗ୍ରାମରେ ଏକ ସର୍ଟ ଭିଡିଓ ମାଧ୍ୟମରେ ଟ୍ରେନ ଓ ବସରେ ଯାତାୟତ ନ କରିବା ସବ ଭିଡଠାରୁ ଦୂରେଇ ରହିବାକୁ ନିବେଦନ କରିଥିଲେ ।

Leave A Reply

Your email address will not be published.