Latest Odisha News

BREAKING NEWS

କାଲିଠୁ ସପ୍ତାହ ଯାଏଁ ରାଜ୍ୟରେ ଲକ୍ ଡାଉନ, ତେବେ କ’ଣ ଖୋଲା ରହିବ ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ । ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏନେଇ ସେ ବଡ ପଦକ୍ଷେପ ନେଇଛନ୍ତି । ଆସନ୍ତାକାଲି ଠାରୁ ଏକ ସପ୍ତାହ ଯାଏଁ ୫ ଜିଲ୍ଲା ଓ ୭ ସହର ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।
ତେବେ ଏହି ଲକ୍ ଡାଉନ୍ ବେଳେ ଅତ୍ୟାବଶ୍ୟକ ସେବା ଗୁଡିକ ଚାଲୁ ରହିବ । ବସ୍ , ଟ୍ରେନ୍‌, ବିମାନ ସେବା ଆଦି ଚଳାଚଳ ହେବ । ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍‌, ପେଟ୍ରୋଲ ପମ୍ପ୍ ଏବଂ ମେଡିସିନ୍ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ୍ ମଧ୍ୟ ଖୋଲା ରହିବ।
ସେହିପରି ହସ୍ପିଟାଲ, ବ୍ୟାଙ୍କ, ଏଟିଏମ୍‌, ମ୍ୟୁନିସିପାଲିଟି ସେବା, ଅଗ୍ନିଶମ ସେବା, ଓଡିଆର୍‌ଏଏଫ୍‌, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ମଧ୍ୟ ଚାଲୁ ରହିବ । ପ୍ରଶାସନିକ କାର୍ଯ୍ୟାଳୟଗୁଡିକ ମଧ୍ୟ ଖୋଲା ରହିବ।
ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୯ ରାତି ୯ ଯାଏଁ ୫ ଜିଲ୍ଲାର ସବୁ ସହର ଓ ଗାଁ ବନ୍ଦ ରହିବ । ଏହାସହ ସମ୍ବଲପୁର, ଝାରସୁୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ଼୍ ଓ ଯାଜପୁର ଟାଉନ୍ ସମ୍ପୂର୍ଣ୍ଣ ବନ୍ଦ ରହିବ ।

Leave A Reply

Your email address will not be published.