Latest Odisha News

BREAKING NEWS

ଓଡ଼ିଶାର ୯ଟି ଗ୍ରୀନ ଜୋନରେ ଗଡିଲା ସରକାରୀ ବସ୍

ଭୁବନେଶ୍ୱର: ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ଗୁରୁବାର ଦିନ ରାଜ୍ୟର ନଅଟି ସବୁଜ ଜୋନ୍ ଜିଲ୍ଲାରେ ୪୬ ଟି ବସ୍ ଚଳାଚଳ ଆରମ୍ଭ କରିଛି।

ବାଣିଜ୍ୟ ଏବଂ ପରିବହନ ବିଭାଗର ସୂଚନା ଅନୁଯାୟୀ, ଏହି ବସ୍ ମାଲକାନଗିରି, ନବରଙ୍ଗପୁର, ନୂଆପଡା, ବରଗଡ, ସମ୍ବଲପୁର, ସୋନପୁର, କନ୍ଧମାଳ, ରାୟଗଡା ଏବଂ ଗଜପତି ଆଦି ଜିଲ୍ଲାର ୪୬ ରୁଟରେ ଚଳାଚଳ କରିବ।

ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବୁଧବାର ଦିନ କହିଛନ୍ତି ଯେ ଓଏସଆରଟିସି ବସ୍ ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ଅନୁଯାୟୀ ଗାଡିରେ ମୋଟ ବସିବାର କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେବ ଏବଂ ଏହା ଛଡ଼ା ଯାତ୍ରୀମାନଙ୍କୁ ଦୁଇଗୁଣ ଭଡା ଦେବାକୁ ପଡିବ।

ଅନ୍ୟପକ୍ଷରେ ଅଲ୍ ଓଡିଶା ଘରୋଇ ବସ୍ ମାଲିକ ସଂଘ ବସ୍ ଚଳାଚଳ କରିବାକୁ ମନା କରିଦେଇଛି। “ଆର୍ଥିକ ସ୍ଥିତିକୁ ବିଚାର କରି ଯାତ୍ରୀଙ୍କ ଠାରୁ ବସ୍ ଭଡା ଦୁଇଗୁଣ ଚାର୍ଜ କରି ଆମେ ଆମର ବସ୍ ଚଳଇ ପାରିବୁ ନାହିଁ। ଏହା ଏକ ଅମାନବୀୟ କାର‌୍ୟ୍ୟ ହୋଇଥିବାରୁ ଆସୋସିଏସନ କୌଣସି ବସ୍ ଚଳାଚଳ ନକରିବାକୁ ନିଷ୍ପତ୍ତି ନେଇଛି” ବୋଲି ଆସୋସିଏସନର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି।

Leave A Reply

Your email address will not be published.