Latest Odisha News

BREAKING NEWS

କରୋନା ଆତଙ୍କ: ୬ ଦିନରେ ବାତିଲ୍ ହେଲା ଏକ ଲକ୍ଷ ଟ୍ରେନ୍ ଟିକେଟ୍ !

ଭୁବନେଶ୍ୱର: ସଂକ୍ରାମକ କରୋନା ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଜନସାଧାରଣ ଦୂରଯାଗାକୁ ଯାତ୍ରା କରି ଅସୁସ୍ଥତା ଆଣିବାକୁ ପସନ୍ଦ କରୁନାହାନ୍ତି । ମିଳିଥିବା ସୂଚନାନୁଯାୟୀ, ଗତ ୬ ଦିନ ମଧ୍ୟରେ ଏକ ଲକ୍ଷ ଟ୍ରେନ୍ ଟିକେଟ୍ ବାତିଲ୍ ହୋଇଥିବା ଇଷ୍ଟକୋଷ୍ଟ ରେଲୱେ ଲକ୍ଷ୍ୟ କରିଛି ।

ଗତବର୍ଷ ତୁଳନାରେ ଏବର୍ଷ ୬୭ ପ୍ରତିଶତ ଅଧିକ ଟ୍ରେନ ଟିକେଟ୍ ଚଳିତ ବର୍ଷ ଏହି ସମୟରେ ବାତିଲ୍ ହୋଇଥିବା ଜଣାପଡ଼ିଛି ।

ଏହି ପରିସଂଖ୍ୟାନ ସମଗ୍ର ଦେଶରେ ଦେଖିବାକୁ ଗଲେ ପାଖାପାଖି ୮୦ ପ୍ରତିଶତ ।

କରୋନା ଭୂତାଣୁ ସଂକ୍ରମଣରୁ ଯାତ୍ରୀମାନେ ସୁରକ୍ଷିତ ରହିବା ଲାଗି ୧୦ଟି ସ୍ୱତନ୍ତ୍ର ଟ୍ରେନ ବାତିଲ ହୋଇଛି, ଏହାବ୍ୟତୀତ କରୋନା ଭୟଯୋଗୁଁ ମଧ୍ୟ ଏହି ଟିକେଟ୍ ବାତିଲ୍ ହୋଇଥିବା ଇଷ୍ଟକୋଷ୍ଟ ରେଲୱେ ଲକ୍ଷ୍ୟ କରିଛି ।

ଯେଉଁ ଟ୍ରେନ ଗୁଡ଼ିକ ସାମୟିକ ଭାବେ ବାତିଲ୍ ହୋଇଛି ତାହାର ବିବରଣୀ:

୧. ୦୮୫୦୧/୦୮୫୦୨ ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ପେଶାଲ୍ ମାର୍ଚ୍ଚ ୧୭, ୨୪ ଏବଂ ୩୧ରେ ବିଶାଖାପାଟଣାରୁ ବାତିଲ୍ ହେବ । ସିକନ୍ଦରାବାଦରୁ ଏହା ଏପ୍ରିଲ୍ ୧, ୧୮ ଏବଂ ୨୫ରେ ବାତିଲ୍ ହୋଇ ରହିବ ।

୨. ୦୮୫୭୩/୦୮୫୭୪ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ ମାର୍ଚ୍ଚ ୨୩ ଓ ୩୦ରେ ବିଶାଖାପାଟଣାରୁ ବାତିଲ୍ ହେବ ଏବଂ ତିରୁପତିରୁ ଏହା ମାର୍ଚ୍ଚ ୨୪ ଏବଂ ୩୧ରେ ବାତିଲ୍ ହୋଇ ରହିବ ।

୩. ୦୮୩୦୧/୦୮୩୦୨ ସମ୍ବଲପୁର-ବନସୱାଡ଼ି-ସମ୍ବଲପୁର ସ୍ପେଶାଲ୍ ଟ୍ରେନ୍ ମାର୍ଚ୍ଚ ୧୮ ଓ ୨୫ରେ ସମ୍ବଲପୁରରୁ ଏବଂ ମାର୍ଚ୍ଚ ୧୯ ଏବଂ ୨୬ରେ ବନସୱାଡ଼ିରୁ ବାତିଲ୍ ହେବ ।

୪. ୦୮୪୦୭/୦୮୪୦୮ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ମାର୍ଚ୍ଚ ୧୯ ଓ ୨୬ରେ ଭୁବନେଶ୍ୱରରୁ ଏବଂ ମାର୍ଚ୍ଚ ୨୦ ଏବଂ ୨୭ରେ ସିକନ୍ଦରାବାଦରୁ ବାତିଲ୍ ହେବ ।

୫. ୦୮୪୦୩/୦୮୪୦୪ ପୁରୀ-ସାନ୍ତ୍ରାଗାଛି-ପୁରୀ ସ୍ପେଶାଲ୍ ଟ୍ରେନ ମାର୍ଚ୍ଚ ୨୦ ଓ ୨୭ ତାରିଖରେ ପୁରୀରୁ ଏବଂ ମାର୍ଚ୍ଚ ୨୧ରେ ସାନ୍ତ୍ରାଗାଛିରୁ ବାତିଲ୍ ହେବ ।

ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆହୁରି ଅଧିକ ଟ୍ରେନ ବାତିଲ୍ ହୋଇପାରେ ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.