Latest Odisha News

BREAKING NEWS

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ !

ସିଡ୍‌ନୀ: କୋଭିଡ୍‌-୧୯ର ପ୍ରକୋପ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦେଶରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ପ୍ରକାଶ କରିଛି । କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କେଭିନ୍ ରବଟର୍‌ସ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ କେବେ ସୁଧାର ଆସିବ ତାହା କହିହେବ ନାହିଁ। କିଛି ସପ୍ତାହ ମଧ୍ୟରେ ଏଥିରେ ସୁଧାର ଆସିପାରେ। ଅକ୍ଟୋବର ଓ ନଭେମ୍ବରରେ ଟି୨୦ ପୁରୁଷ ବିଶ୍ୱକପ୍ ବେଳକୁ ସବୁ ଠିକ୍ ହୋଇଯାଇଥିବା ବୋଲି ଆମର ଆଶା ।

ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟରେ ଏହାଦ୍ୱାରା ପ୍ରଭାବିତ ହୋଇଛି।ପୁରୁଷ ଟି୨୦ ବିଶ୍ୱକପ୍ ପ୍ରି-କ୍ୱାଲିଫାୟର୍ସ ଅକ୍ଟୋବର ୧୮ରୁ୨୩ ଏବଯ ପରେ ୧୨ଟି ଦଳକୁ ନେଇ ମୁଖ୍ୟ ପ୍ରତିଯୋଗିତା ଅକ୍ଟୋବର ୨୪ରୁ ହେବ। ଏମସିଜିରେ ଫାଇନାଲ ନଭେମ୍ବର ୧୫ରେ ହେବ। ଷ୍ଟାଡିୟମରେ ଯେପରି ଭରପୁର ଦର୍ଶକ ଉପସ୍ଥିତ ରହିବେ ସେ ନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଯୋଜନା ହୋଇଛି ।

Leave A Reply

Your email address will not be published.