Latest Odisha News

BREAKING NEWS

କରୋନା ଆତଙ୍କ: କିପରି ସତର୍କ ରହିବା ଉଚିତ୍ ବରିଷ୍ଠ ନାଗରିକ…

ଭୁବନେଶ୍ୱର: ଘାତକ କରୋନା ମହାମାରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ୱରେ ଏଯାଏଁ ୩୫,୦୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଲେଣି । ଏହି ଭୂତାଣୁ ଜନିତ ସଂକ୍ରମଣ ଦେଶକୁ ଦେଶ ବ୍ୟାପୀ ଚାଲିଥିବା ବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି । ତେବେ ଏହି ମହାମାରୀ ଯୋଗୁଁ ଅଧିକାଂଶ ବୟସ୍କ ଲୋକ ବା ବରିଷ୍ଠ ନାଗରିକଙ୍କ ପ୍ରାଣହାନୀ ଘଟିଥିବା ସୂତ୍ରରୁ ଜଣାପଡ଼ିଛି ।

ଏହି କରୋନା ଭୂତାଣୁ ବୟସ୍କ ନାଗରିକଙ୍କୁ ଅଧିକ ମାତ୍ରାରେ ସଂକ୍ରମଣ କରିବାର ଭୟ ରହିଥାଏ । ସାଧାରଣତଃ ବରିଷ୍ଠ ନାଗରିକମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ । ଦ୍ୱିତୀୟ କଥା ହେଲା ଶାରିରୀକ କ୍ଷମତା କମ୍ ରହିଥିବା ତଥା ଡାଇବିଟିସ, ବ୍ଲଡ଼ ପ୍ରେସର ଏବଂ ହୃଦରୋଗ ଏହି ବରିଷ୍ଠ ନାଗରିକମାନଙ୍କ ଠାରେ ଅଧିକ ଦେଖାଯାଉଥିବା ଯୋଗୁଁ ସେମାନଙ୍କୁ କରୋନା ଭୂତାରୁ ସଂକ୍ରମଣରୁ ଦୂରରେ ରହିବା ଉଚିତ୍ ।

କରୋନା ଠାରୁ ବର୍ତ୍ତିବା ଲାଗି କ’ଣ କରିବେ ବରିଷ୍ଠ ବ୍ୟକ୍ତି:

  • ଘର ବାହାରକୁ ଆଦୌ ଯାଆନ୍ତୁ ନାହିଁ ।
  • ଅଧିକ ଥର ଘରେ ସାବୁନ ବା ହ୍ୟାଣ୍ଡୱାସରେ ହାତକୁ ଧୁଅନ୍ତୁ ।
  • କାଶ ହେବା କିମ୍ବା ଛିଙ୍କିବା ବେଳେ ରୁମାଲ ବା କନା ବ୍ୟବହାର କରନ୍ତୁ ।
  • ଘରେ ସାମାନ୍ୟ ବ୍ୟାୟାମ, ପ୍ରାଣାୟାମ ଓ ଧ୍ୟାନ କରନ୍ତୁ ।
  • ଆବଶ୍ୟକ ମୁତାବକ ଶୋଇବାକୁ ଚେଷ୍ଟା କରନ୍ତୁ ।
  • ଗରମ ଖାଦ୍ୟ ଭୋଜନ କରନ୍ତୁ ଏବଂ ଲୁଣପାଣି ଉଷୁମ ଥିବା ସମୟରେ ଘଡ଼ଘଡ଼ି କରନ୍ତୁ ।
  • ତଟକା ଫଳର ରସରେ ଜୁସ ପିଇବାକୁ ଚେଷ୍ଟା କରନ୍ତୁ ।
  • ଭଲ ପୁସ୍ତକ ଅଧ୍ୟୟନରେ ସମୟ କରିବା ସହିତ ଟିଭି ଦେଖିବାକୁ ଚେଷ୍ଟା କରନ୍ତୁ ।
  • ବାହାରୁ ଆସୁଥିବା କୌଣସି ବ୍ୟକ୍ତିଙ୍କ ନିକଟକୁ ନଯାଇ ଦୂରତା ରକ୍ଷା କରନ୍ତୁ ।
  • ମୁହଁରେ ବାରମ୍ବାର ହାତ ସ୍ପର୍ଶ କରନ୍ତୁ ନାହିଁ ।
  • ମୁହଁ କିମ୍ବା, ଆଖି, ନାକ ଓ ପାଟିକୁ ବାରମ୍ବାର ଛୁଅନ୍ତୁ ନାହିଁ ।
  • ଯଦି ଦୈନିକ ଔଷଧ ଖାଉଛନ୍ତି ତେବେ ଯଥା ସମୟରେ ସେବନ କରନ୍ତୁ ।
  • ବଗିଚାରେ ସକାଳ ସମୟରେ ବୁଲାବୁଲି କରିବା ଉଚିତ୍ ।

ବରିଷ୍ଠ ବ୍ୟକ୍ତିମାନେ ଯଦି ଜ୍ୱର, ଥଣ୍ଡା, ଫ୍ଲୁ, କଫ ବା ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ଔଷଧ ସେବନ କରିବା ଉଚିତ ।

 

Leave A Reply

Your email address will not be published.