ରୋଷେଇ ଘରେ ଗଣଶିକ୍ଷା ମନ୍ତ୍ରୀ । ଆଜି ମନ୍ତ୍ରୀ ସମୀର ଦାଶ ନିଜ ପତ୍ନୀଙ୍କୁ ରୋଷେଇରେ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ପତ୍ନୀଙ୍କୁ ସହଯୋଗ କରିବାକୁ ଯାଇ ଭଜା ଭାଜୁଥିବାର ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି ମନ୍ତ୍ରୀ ସମୀର ଦାଶ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ ଡାଉନ ବେଳେ ମହିଳାମାନଙ୍କୁ ଚାପ ନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି କ୍ରମରେ ମନ୍ତ୍ରୀ ରୋଷେଇରେ ସାହାଯ୍ୟ କରୁଛନ୍ତି । ଆଉ ଅନ୍ୟମାନେ ବି ସାହାଯ୍ୟ କରନ୍ତୁ ବୋଲି ଟ୍ୱିଟ୍ରେ ଲେଖିଛନ୍ତି ।
Comments are closed.