Latest Odisha News

BREAKING NEWS

କରୋନା ଆତଙ୍କ: ମହାରାଷ୍ଟ୍ରରେ ୧୪କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା, ୨ ନୂଆ ରୋଗୀ ଚିହ୍ନଟ !

ମୁମ୍ବାଇ: କୋଭିଡ୍ – ୧୯ ନୋଭେଲ୍ କରୋନା ଭୂତାଣୁ ଏବେ ଭାରତରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଅନେକ ପଜିଟିଭ୍ କେସ୍ ନଜରକୁ ଆସିଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧିପାଇ ୧୪ରେ ପହଞ୍ଚିଛି ।

BjdElectrycity

ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଏସମ୍ପର୍କରେ ସୂଚନାଦେଇ କହିଛନ୍ତି ଯେ, ଆଉ ୨ଟି ନୂଆ କୋଭିଡ୍ ୧୯ କେସ୍ ନଜରକୁ ଆସିଛି । ଜଣେ ଆକ୍ରାନ୍ତ ମୁମ୍ବାଇର ଥିବା ବେଳେ ଅନ୍ୟ ଜଣକ ଥାନେର ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନାନୁଯାୟୀ, ଏବେ ମହାରାଷ୍ଟ୍ରରେ କରୋନା ପଜିଟିଭ୍ କେସ ୧୪କୁ ବୃଦ୍ଧି ପାଇଛି ।

ଏଠାରେ ସୂଚନାଯୋଗ୍ୟ, ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଭାରତ ସରକାର ଏନେଇ ବିଭିନ୍ନ କଟକଣା ଲଗାଇଛନ୍ତି । ସେହିପରି ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.