Latest Odisha News

BREAKING NEWS

କେୟାର ହସ୍ପିଟାଲସ୍ ପକ୍ଷରୁ କିଡ୍‌ନି ରୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ବିଶ୍ୱ କିଡନି ଦିବସ ଅବସରରେ କେୟାର ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ସହରର କିଡ୍‌ନି ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରୋଗର ସାମଗ୍ରିକ ଚିକିତ୍ସା ଲାଗି ଇଟଂର-ଡିସିପ୍ଲିନାରି କେୟାର ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ଏଥିରେ ହସ୍ପିଟାଲ୍‌ର ବିଭିନ୍ନ ଶୃଙ୍ଖଳା ଏକତ୍ରୀତ ହୋଇ ଗୋଟିଏ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବେ । ଏଥିରେ ନେଫ୍ରୋଲୋଜିଷ୍ଟ୍‌ଙ୍କ ଠାରୁ ଆରମ୍ଭ କରି ଫିଜିସିଆନ୍‌, ଫାର୍ମାସିଷ୍ଟ୍‌, ସାମାଜିକ କର୍ମୀ ଏବଂ ଡାଏଟିସିଆନ୍ ଆଦି ରହିବେ ।

ଏହି ବ୍ୟବସ୍ଥାର ଅଂଶ ସ୍ୱରୂପ ହସ୍ପିଟାଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର କିଡନି ପ୍ରତିରୋପଣ କ୍ଳିନିକର ଶୁଭାରମ୍ଭ କରାଯାଇଛି ଯେଉଁଠାରେ କିଡ୍‌ନି ପ୍ରତିରୋପଣ ପାଇଁ ମାସବ୍ୟାପୀ ପ୍ୟାକେଜ୍ ଘୋଷଣା କରାଯାଇଛି । ଦେଶରେ ରେନାଲ୍ ରୋଗର ଶେଷ ପର୍ଯ୍ୟାୟରେ ପହଂଚିଥିବା ରୋଗୀଙ୍କ ପାଇଁ ଏହି ପ୍ୟାକେଜ୍ ଅଣାଯାଇଛି । ଏହି କ୍ଲିନିକ୍‌ର ଅଂଶ ହେବେ ସାରା ଦେଶର ବିଭିନ୍ନ ହସ୍ପିଟାଲ୍‌ର ନେଫ୍ରୋଲୋଜିଷ୍ଟ୍ । ସେମାନେ ହେଉଛନ୍ତିି ପ୍ରଫେସର ଏସ୍ କେ ପାଲିତ, ଏମବିବିଏସ, ଏମଡି (ମେଡିସିନ), ଡିଏମ୍ (ନେଫ୍ରୋଲୋଜିଷ୍ଟ୍‌) ଓ ଏସସିବି ମେଡିକାଲ୍ କଲେଜ କଟକର ନେଫ୍ରୋଲୋଜି ବିଭାଗ ମୁଖ୍ୟଙ୍କ ସୌହିତ କିଡ୍‌ନି ପ୍ରତିରୋପଣରେ ବିପୁଳ ଅଭିଜ୍ଞତା ହାସଲ କରିଥିବା ଡକ୍ଟର ଏ କେ ପଣ୍ଡା, ଏମବିବିଏସ, ଏମଡି (ମେଡିସିନ), ଡିଏମ (ନେଫ୍ରୋଲୋଜିଷ୍ଟ), ବରିଷ୍ଟ ନେଫ୍ରୋଲୋଜି କନସଲଟାଂଟ୍ ।

ଏହି ସ୍ୱତନ୍ତ୍ର ବ୍ୟବସ୍ଥା ସଂପର୍କରେ କେୟାର ହସ୍ପିଟାଲସ୍‌ର ଡାଇରେକ୍ଟର ଏମେରିଟସ୍ ନେଫ୍ରୋଲୋଜିଷ୍ଟ୍ ପ୍ରଫେସର ଏସ୍ କେ ପାଲିତ କହିଛନ୍ତି ଯେ, ରୋଗୀଙ୍କ କିଡନି ପ୍ରତି ଥିବା ବିପଦକୁ ଦୂର କରିବା ଲାଗି ରକ୍ତଚାପ, ଡାଇବେଟିସ, ହୃଦ ଓ ରକ୍ତଶୀରା ରୋଗ, ମେଦବହୁଳତା, ଅସ୍ୱାଭାବିକ କିଡନି ଢ଼ାଂଚା ଓ ବୟସାଧିକ ଇତ୍ୟାଦି ସମସ୍ୟାର ସମାଧାନ କରିବାକୁ ପଡ଼ିବ । ଏକ ଆନ୍ତଃ ଯତ୍ନ ବ୍ୟବସ୍ଥାରେ ବିଭିନ୍ନ ବିଭାଗର ଡାକ୍ତରମାନେ ମିଶି ରୋଗୀଙ୍କ ଚିକିତ୍ସା କରିବା ଲାଗି ଏକ ଯୋଜନା ପ୍ରସ୍ତୁତ କରିପାରନ୍ତି ଏବଂ ରୋଗୀଙ୍କୁ ସେହି ଅନୁସାରେ ଚିକିତ୍ସା ଯୋଗାଇ ବିପଦ ମାତ୍ରା କମ୍ କରାଯାଏ ।’’

ସେହି ସମୟରେ ବରିଷ୍ଠ କନସଲଟାଂଟ ନେଫ୍ରୋଲୋଜି ଡକ୍ଟର ଏ କେ ପଣ୍ଡା କହିଛନ୍ତି ଯେ, ଆମ କ୍ଲିନିର ଆଇଡିସି ଟିମ୍‌ରେ ଅଛନ୍ତି ଫିିଜିସିଆନ, ଅତ୍ୟାଧୁନିକ ପ୍ରାକ୍ଟିସ୍ ପ୍ରଦାନକାରୀ, ନର୍ସ, ଡାଏଟିସିଆନ, ପାରାମେଡିକାଲ ଷ୍ଟାଫ୍ ଏବଂ ସାମାଜିକ କର୍ମୀ ଯେଉଁମାନେ କିଡନି ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କ ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ । ଗବେଷଣାରୁ ଜଣାପଡ଼ିଛି ଯେ ଆଇଡିସିରେ କିଡନି ଅଚଳ ହେବା ପୂର୍ବରୁ ରୋଗୀଙ୍କୁ ଭଲ ଭାବେ ସଚେତନ ଓ ପ୍ରସ୍ତୁତ କରାଯାଇପାରୁଛି । ଏହା ଦ୍ୱାରା ଚିକିତ୍ସାର ଫଳାଫଳ ମଧ୍ୟ ବହୁତ ଭଲ ରହୁଛି ଏବଂ ମରଶୀଳତାର ବିପଦ ହ୍ରାସ ପାଉଛି ।’’

Leave A Reply

Your email address will not be published.