ମେଲବୋର୍ନ: ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟମନ୍ତ୍ରୀ ଗ୍ରେଗ ହଣ୍ଟ ଶୁକ୍ରବାର ଦିନ କହିଛନ୍ତି ଯେ କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ -୧୯ ପାଇଁ ସମ୍ଭାବ୍ୟ ଟିକା ୨୦୨୧ର ତୃତୀୟ ତ୍ରୟ ମାସିକ ସୁଦ୍ଧା ଅଷ୍ଟ୍ରେଲୀୟମାନଙ୍କ ପାଇଁ ଉପଲବ୍ଧ ହୋଇପାରେ। ସେ କହିଛନ୍ତି ଯେ ଟିକା ବିକାଶ ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ଏବଂ ଏହା ପ୍ରଭାବଶାଳୀ।
ହଣ୍ଟ କହିଛନ୍ତି ଯେ ଏହି ଟିକା ଆଣ୍ଟିବଡି ଉତ୍ପାଦନ କରିବାର କ୍ଷମତା ରଖିଛି ଯାହା ଭୂତାଣୁକୁ ନିଷ୍କ୍ରିୟ କରିଥାଏ ଏବଂ ବୟସ୍କ ବ୍ୟକ୍ତିଙ୍କ ଉପରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ। ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି (ଟିକା) ବୃଦ୍ଧଙ୍କ ଉପରେ ପ୍ରଭାବଶାଳୀ ଏବଂ ଏହା ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ କାରଣ ବୃଦ୍ଧମାନେ କୋଭିଡ -୧୯ ରୋଗରେ ପୀଡିତ ହେବାର ସମ୍ଭାବନା ଅଧିକ ରହିଥାଏ।
ବାୟୋଟେକ୍ନୋଲୋଜି କମ୍ପାନୀ CSL ଟିକା ଉତ୍ପାଦନ ପ୍ରକ୍ରିୟା ସମାପ୍ତ କରିଛି ଯାହା ଦ୍ୱାରା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇପାରିବ। ହଣ୍ଟ କହିଛନ୍ତି, ଏହା ଏକ ଅସାଧାରଣ ସଫଳତା। ଏହାର ଅର୍ଥ ହେଉଛି ପରୀକ୍ଷା ପରେ ୨୦୨୧ର ତୃତୀୟ ତ୍ରୟ ମାସିକ ଆରମ୍ଭରେ ଅଷ୍ଟ୍ରେଲିଆବାସୀଙ୍କ ପାଇଁ ଏହି ଟିକା ଉପଲବ୍ଧ ହେବ।
Comments are closed.