Latest Odisha News

ଜାପାନ: ଅଲିମ୍ପିକ ମଶାଲ ପ୍ରଦର୍ଶନ, ହଜାରହଜାର ଲୋକଙ୍କ ଭିଡ

ଜାପାନ: ସାରା ବିଶ୍ୱରେ କରୋନାଭାଇରସ୍ ର କହର । ହେଲେ ଏହାକୁ ଖାତିର ନ କରି ଜାପାନରେ ଏକାଠି ହେଲେ ୫୦ହଜାରରୁ ଅଧିକ ଲୋକ ।କରୋନା ମହାମାରୀକୁ ଆଡେଇ ଅଲିମ୍ପିକ ମଶାଲକୁ ଜାପାନର ସେଣ୍ଡାଇ ଷ୍ଟେସନଠାରେ ପ୍ରଦର୍ଶିତ କରାଯାଇଥିଲା ।

ଶନିବାର ଏହି ମଶାଲକୁ ଦେଖିବା ପାଇଁ ସମସ୍ତ ବର୍ଗର ଜନତା ଏକତ୍ରିତ ହୋଇଥିଲେ । ୨୦୨୦ ଟୋକିଓ ଅଲିମ୍ପିକ ଆୟୋଜିତ ହେବା ନେଇ ସନ୍ଦେହ ଉପୁଜୁଛି । ତଥାପି ୫୦୦ ମିଟର ଦୂରରୁ ମଶାଲକୁ ଦେଖିବା ଲାଗି ହଜାରହଜାର ଲୋକ ଘଣ୍ଟାଘଣ୍ଟା ଧରି ଧାଡିରେ ଛିଡା ହୋଇଥିଲେ ।

ମାର୍ଚ୍ଚ ୨୬ରେ ହୋଇଥାନ୍ତା ଟର୍ଚ୍ଚ ରିଲେ । ହେଲେ କରୋନାଭାଇରସ୍ ର ଆତଙ୍କ ଆଗରେ ହାର ମାନିଛି ସାରା ବିଶ୍ୱ । ଟର୍ଚ୍ଚ ରିଲେକୁ ବିଳମ୍ବରେ ଆୟୋଜନ କରିବାକୁ ଆୟୋଜକଙ୍କୁ ମିଳିଛି ସରକାରୀ ନିର୍ଦ୍ଦେଶ ।

Leave A Reply

Your email address will not be published.