ବେଜିଂ: ମାରାତ୍ମକ କରୋନା ଭାଇରସ୍ ପ୍ରତିଦିନ ଚୀନରେ ପାଖାପାଖି ୫୦ ଜଣଙ୍କର ଜୀବନ ନେଉଛି । ଏହି ପ୍ରାଣଘାତୀ ଭୂତାଣୁ ବର୍ତ୍ତମାନ ସୁଦ୍ଧା ଚୀନରେ ୬୩୬ ଜଣଙ୍କର ମୁଣ୍ଡ ନେଲାଣି । ଆକ୍ରାନ୍ତ ସଂଖ୍ୟା ୩୧ ହଜାର ପାଖାପାଖି ପହଞ୍ଚିଲାଣି । ବିଶେଷ କରି ହୁଭେଇ ପ୍ରଦେଶରେ କରୋନାର ଲଗାମଛଡା ହେଉଛି । ଗତକାଲି ଚୀନରେ ୩ ହଜାର ୬୩୯ ନୂଆ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କରାଯାଇଛି । ସେଥି ଭିତରୁ କେବଳ ୨ ହଜାର ୯୮୭ ଜଣ ହୁଭେଇ ପ୍ରଦେଶର ବୋଲି ଜଣା ପଡିଛି । ସେହିପରି ଗତକାଲି ଚୀନରେ ମୃତ୍ୟୁବରଣ କରିଥିବା ୭୩ ଜଣଙ୍କ ଭିତରୁ କେବଳ ୭୦ଜଣ ହୁଭେଇରେ ଆଖି ବୁଜିଛନ୍ତି । ଏହି ଭାଇରସ୍ ଏହାରି ଭିତରେ ୩୧ଟି ଦେଶକୁ ବ୍ୟାପୀ ସାରିଲାଣି । ବିଭିନ୍ନ ଦେଶରେ ଚୀନ ଯାଇଥିବା ଓ ସେଠାରୁ ଫେରିଥିବା ଯାତ୍ରୀଙ୍କ ଉପରେ କଟକଣା ଜାରି କରିଛନ୍ତି । ସେହିପରି ଚୀନକୁ ବିଭିନ୍ନ ଦେଶରୁ ବନ୍ଦ ରହିଛି ବିମାନ ଉଡାଣ ଓ ଜାହାଜ ଚଳାଚଳ ।
BREAKING NEWS
- ଓଡ଼ିଶା ସରକାର ଓ ଏନଆଇଇପିଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର;ଲକ୍ଷ୍ୟ ମାନସିକ ଅନଗ୍ରସର ବ୍ୟକ୍ତି…
- X down: ଗୋଟିଏ ସପ୍ତାହରେ ୨ୟ ଥର ପାଇଁ X ହେଲା ଡାଉନ, ଭାରତ ସମେତ ସାରା ବିଶ୍ୱର ୟୁଜର ପ୍ରଭାବିତ
- କିଟରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
- ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…
- National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ ମନ୍ତ୍ର
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
- ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
- ସ୍ମାର୍ଟ ମିଟରର ସଠିକତା ପରଖିବାକୁ ଉପଭୋକ୍ତାଙ୍କୁ ଟିପିସିଓଡିଏଲ୍ର ଆହ୍ୱାନ; ୨୦ଟି ଗ୍ରାହକ ସେବା କେନ୍ଦ୍ରରେ…
- ବିବାହ କରିବେ କି ଧନୁଷ ଓ ମୃଣାଲ ଠାକୁର; ‘ଭାଲେଣ୍ଟାଇନ୍ସ ଡେ’ରେ…
- ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା
Comments are closed.