ବେଜିଂ: ମାରାତ୍ମକ କରୋନା ଭାଇରସ୍ ପ୍ରତିଦିନ ଚୀନରେ ପାଖାପାଖି ୫୦ ଜଣଙ୍କର ଜୀବନ ନେଉଛି । ଏହି ପ୍ରାଣଘାତୀ ଭୂତାଣୁ ବର୍ତ୍ତମାନ ସୁଦ୍ଧା ଚୀନରେ ୬୩୬ ଜଣଙ୍କର ମୁଣ୍ଡ ନେଲାଣି । ଆକ୍ରାନ୍ତ ସଂଖ୍ୟା ୩୧ ହଜାର ପାଖାପାଖି ପହଞ୍ଚିଲାଣି । ବିଶେଷ କରି ହୁଭେଇ ପ୍ରଦେଶରେ କରୋନାର ଲଗାମଛଡା ହେଉଛି । ଗତକାଲି ଚୀନରେ ୩ ହଜାର ୬୩୯ ନୂଆ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କରାଯାଇଛି । ସେଥି ଭିତରୁ କେବଳ ୨ ହଜାର ୯୮୭ ଜଣ ହୁଭେଇ ପ୍ରଦେଶର ବୋଲି ଜଣା ପଡିଛି । ସେହିପରି ଗତକାଲି ଚୀନରେ ମୃତ୍ୟୁବରଣ କରିଥିବା ୭୩ ଜଣଙ୍କ ଭିତରୁ କେବଳ ୭୦ଜଣ ହୁଭେଇରେ ଆଖି ବୁଜିଛନ୍ତି । ଏହି ଭାଇରସ୍ ଏହାରି ଭିତରେ ୩୧ଟି ଦେଶକୁ ବ୍ୟାପୀ ସାରିଲାଣି । ବିଭିନ୍ନ ଦେଶରେ ଚୀନ ଯାଇଥିବା ଓ ସେଠାରୁ ଫେରିଥିବା ଯାତ୍ରୀଙ୍କ ଉପରେ କଟକଣା ଜାରି କରିଛନ୍ତି । ସେହିପରି ଚୀନକୁ ବିଭିନ୍ନ ଦେଶରୁ ବନ୍ଦ ରହିଛି ବିମାନ ଉଡାଣ ଓ ଜାହାଜ ଚଳାଚଳ ।
BREAKING NEWS
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
Comments are closed.