Latest Odisha News

BREAKING NEWS

ଲୁଣ କେଜି ୩୫ ହଜାର

ବ୍ୟୁରୋ : ଆପଣମାନେ ସସସ୍ତେ ଜାଣିଥିବେ ଦୁନିଆର ଏମିତି କିଛି ଖାଦ୍ୟ ନାହିଁ ଯାହା ବିନା ଲୁଣରେ ପ୍ରସ୍ତୁତ କରାଯାଏ । ସେଥିପାଇଁ କଥାରେ ଅଛି ରୋଷେଇ ଘରେ ଲୁଣର ସ୍ଥାନ କିଛି ସ୍ବତନ୍ତ୍ର ।  କାରଣ ଏହା ଉପରେ ଖାଦ୍ୟର ସ୍ବାଦ ନିର୍ଭର କରିଥାଏ ।  ଆଉ ଏକଥା ବି ଜାଣିଥିବେ ଯେ, ଏବେ ମାର୍କେଟରେ ବିଭିନ୍ନ ବ୍ରାଣ୍ଡ୍‌ର ଲୁଣ ମିଳୁଛି, ଆଉ ତାର ଦାମ୍‌ ବି ଭିନ୍ନ ଭିନ୍ନ ଥାଏ ।  କହିବାକୁ ଗଲେ ଲୁଣର ଦାମ୍‌ ଏତେ ବେଶି ନଥାଏ । ହେଲେ ଆପଣମାନେ ଜାଣିଛନ୍ତି କି ଏମିତି ଲୁଣ ଅଛି ଯାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏହି ଲୁଣ ବିଷୟରେ ।

ଦୁନିଆରେ ଏମିତି ଏକ ଲୁଣ ଅଛି ଯାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏହାର ଦାମ୍‌ ୧ କିଲୋ ଗ୍ରାମ୍‌ କୁ ୩୫ ହଜାର ଟଙ୍କାରୁ ଅଧିକ। ସେଥିପାଇଁ ଏହି ଲୁଣକୁ ପୃଥିବୀର ସବୁଠାରୁ ଦାମୀ ଲୁଣ ଭାବେ ଗଣନା କରାଯାଏ। ଏହି ଲୁଣର ନାମ ହେଉଛି ‘କୋରିଆନ୍‌ ବାମ୍ବୁ ସଲ୍ଟ’। ତେବେ ଆପଣଙ୍କ ମନରେ ମନରେ ପ୍ରଶ୍ନ ଆସୁଥିବ ଯେ, ଏହି ଲୁଣର ଦାମ ଏତେ କ’ଣ ପାଇଁ? କାରଣ ଏହାକୁ ତିଆରି କରିବା ବହୁତ କଷ୍ଟ। ତେବେ କୋରିଆରେ ବାମ୍ବୁ ବା  ଏହି ବାଉଁଶ ଲୁଣର ବ୍ୟବହାର କାହିଁ କେଉଁ କାଳୁ ହୋଇ ଆସୁଛି।

ହେଲେ ରୋଷ୍ଟେଡ୍‌ ବାମ୍ବୁ ସଲ୍ଟର ବ୍ୟବହାର ବିଂଶ ଶତାବ୍ଦୀରେ ଆରମ୍ଭ ହୋଇଛି। ଏହି ଲୁଣ ତିଆରି କରିବା ପାଇଁ ଲୁଣକୁ ବାଉଁଶ ଭିତରେ ଭର୍ତ୍ତି କରି ମାଟିରେ ବାଉଁଶର ଉଭୟ ପଟକୁ ବନ୍ଦ କରିଦିଆଯାଇଥାଏ। ପରେ ତାକୁ ଭାଟିରେ ୯ ଥର ରନ୍ଧାଯାଏ। ଏହି ପ୍ରକ୍ରିୟା ଏତେ କଷ୍ଟକର ଯେ, ଏହାକୁ ତିଆରି କରିବା ଲାଗି ୫୦ ଦିନ ସମୟ ଲାଗିଯାଏ । ଏହି ଲୁଣକୁ ସବୁଠାରୁ ଶୁଦ୍ଧ ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଏହି ଲୁଣର ଦାମ ଅଧିକ।

 

Leave A Reply

Your email address will not be published.