Latest Odisha News

BREAKING NEWS

ତୁଟିଲା ଦାମ୍ପତ୍ୟ କଳହ; ଏକାଠି ହେବେ ହ୍ୟୁମାନ-ଶ୍ରେୟା

କଟକ: ତୁଟିଲା ଦାମ୍ପତ୍ୟ କଳହ । ଅନ୍ତହେଲା  ମନୋମାଳନ୍ୟ । ଏକାଠି ହେଲେ ହ୍ୟୁମାନ ସାଗର ଓ ଶ୍ରେୟା । ଏଣିକି ଏକାଠି ରହିବେ ଗାୟକ ଦମ୍ପତି । ଆଉ କିଛି ଦିନ ପରେ ଶାଶୂ ଘରକୁ ଫେରିବେ ଶ୍ରେୟା । ଏମିତି ସୂଚନା ଦେଇଛନ୍ତି ହ୍ୟୁମାନଙ୍କ ମା’ ।

ଆଜି ହ୍ୟୁମାନ ସାଗର ଓ ଶ୍ରେୟା ମହିଳା ଥାନାରେ ହାଜର ହୋଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ବୁଝାମଣା ପରେ ବିବାଦ ସମାଧାନ ହୋଇଥିଲା । ଏଭୟେ ଏକାଠି ରହିବେ ବୋଲି ରାଜି ହୋଇଛନ୍ତି।  ତେବେ ଶ୍ରେୟା ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି କିଛି ଦିନ ପରେ  ଶାଶୁ ଘରକୁ ଫେରିବେ ବୋଲି କହିଛନ୍ତି ହ୍ୟୁମାନ ।

ବିବାଦର ସମାଧାନ ହୋଇଛି । ହ୍ୟୁମାନଙ୍କ ସହ ଏକାଠି ରହିବେ ବୋଲି ଶ୍ରେୟା ମଧ୍ୟ କହିଛନ୍ତି ।   ଆଜି ମହିଳା ଥାନାରେ ଉଭୟଙ୍କ  ପରିବାର ସଦସ୍ୟ ମଧ୍ୟ  ହାଜର ହୋଇଥିଲେ। ପରିବାର ସଦସ୍ୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।

ଗତ କିଛି ଦିନ ତଳେ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କ ମଧ୍ୟରେ ବିବାଦ ଲାଗି ଥିଲା । ଗଣମାଧ୍ୟମ ଆଗରେ ଉଭୟ ଉଭୟଙ୍କ ଉପରେ ବର୍ଷିଥିଲେ । ଏପରିକି କଥା ଡିଭୋର୍ସ ଯାଏ ଯାଇଥିଲା । ହ୍ୟୁମାନ ଶ୍ରେୟାଙ୍କୁ ମାରପିଟ  କରିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଥିଲେ  । ଶାଶୁ ଘରେ ତାଙ୍କୁ ସିନ୍ଦୂର   ଏବଂ ବିନ୍ଦି ଲଗାଇବା ଉପରେ କଟକଣା ଜାରି କରିଥିଲେ ।

ଅନ୍ୟପକ୍ଷେ ହ୍ୟୁମାନଙ୍କ ମା’ ମଧ୍ୟ ଶ୍ରେୟାଙ୍କ ପରିବାର ଉପରକୁ ଅଙ୍ଗୁଳି ଉଠାଇଥିଲେ ।  ହ୍ୟୁମାନଙ୍କ ମା’ ଶ୍ରେୟାଙ୍କ ପରବାର ସଦସ୍ୟଙ୍କ ପ୍ରତି ମଧ୍ୟ ଆକ୍ଷେପ କରିଥିଲେ । ସେମାନଙ୍କ ପରିବାର ସଦସ୍ୟ  ଏକାଠି ମଦ  ପିଅନ୍ତି । ତାଙ୍କ ପୁଅକୁ ମଧ୍ୟ ବାଧ୍ୟ କରନ୍ତି । ତେବେ ସେ ଏହାକୁ ବାରଣ କରୁଥିଲେ ବୋଲି କହିଥିଲେ ହ୍ୟୁମାନଙ୍କ ମା’ ।

Leave A Reply

Your email address will not be published.