Latest Odisha News

BREAKING NEWS

କଳାହାଣ୍ଡିରୁ ବାଂଲାଦେଶ ଗଲା ତୁଳା ଟ୍ରେନ

କଳାହାଣ୍ଡି: ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଉଚ୍ଚମାନର ତୁଳା ଟ୍ରେନ ଯୋଗେ ବାଂଲାଦେଶ ପଠାଯାଇଛି । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୨୪୭୧.୫ ମେଟ୍ରିକ୍ ଟନ୍ ତୁଳା ଜୁନାଗଡ ଷ୍ଟେସନରୁ ବାହାରି ବାଂଲାଦେଶ ବେନାପୋଲ ଷ୍ଟେସନ ଅଭିମୁଖେ ବାହାରିଛି । ମୋଟ ୪୨ ଟି ମାଲବାହୀ ଡବାରେ ତୁଳା ଯାଇଛି ।

cotton-train-from-kalahandi-to-bangladesh

ଏହା ଦ୍ୱାରା ଚାଷୀମାନଙ୍କ ରୋଜଗାର ଅଧିକ ହୋଇପାରିବ ବୋଲି ଆଶା ରହିଛି । କଟନ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଟ୍ରେନ ବାଂଲାଦେଶକୁ ପଠାଯାଇଛି ।

ଓଡିଶାରେ ତୁଳା ଉତ୍ପାଦନ ବିଗତ କିଛି ବର୍ଷରେ ବୃଦ୍ଧି ପାଇଛି ।

Leave A Reply

Your email address will not be published.