Latest Odisha News

BREAKING NEWS

କଙ୍ଗନାଙ୍କୁ ସ୍ୱାଗତ କଲେ କୁ ଆପ ଫାଉଣ୍ଡର, କହିଲେ ଏଇଟା ତୁମ ଘର

ମୁମ୍ବାଇ:କଙ୍ଗନା ରାନାୱତ ଏବେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି । ସେ ଯାହା ବି କରୁଛନ୍ତି ତାହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଯାଇଛି । ତେବେ ବିବାଦୀୟ ଟୁଇଟ ନେଇ ଟ୍ୱିଟର ତାଙ୍କ ଆକାଂଉଟ ସସପେଣ୍ଡ କରିଦେଇଛି । କୁଇନ ଏହାର ପ୍ରତିକ୍ରିୟାରେ କହିଥିଲେ ମୋ ନିକଟରେ ଅନେକ ବିକଳ୍ପ ଅଛି । ଏହା ପରେ ସେ କୁ ଆପରେ ଆକାଂଉଟ ଖୋଲିଥିଲେ । ପ୍ରଥମ ପୋଷ୍ଟରେ ସେ ଲେଖିଥିଲେ, ହ୍ୟାଲୋ ସଭି କୋ.. ୱାର୍କିଙ୍ଗ ନାଇଟ୍ସ ୟେ ଧାକ୍କଡ କ୍ରୁ କେ ଲିୟେ ଲଂଚ ବ୍ରେକ । କ୍ୟୁ ନେହି ଅଭି କୁ କରେ । ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଘର । କିଛି ସମୟ ଲାଗିବ ଆପଣମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ । ସେ ଯାହ ବି ହେଉ ଭଡା ଆଉ ନିଜ ଘର ମଧ୍ୟରେ ନିଶ୍ଚିତ ଭାବେ ଫରକ ରହିବ ।

କଙ୍ଗନାଙ୍କ ପୋଷ୍ଟ ପରେ କୁ ଆପର ଫାଉଣ୍ଡର ତାଙ୍କୁ ସ୍ୱାଗତ କରିଥିଲେ । ହଁ ନିଶ୍ଚିତ ଏହା ଆପଣଙ୍କ ଘର । ମନ ଖୋଲାରେ ଆପଣଙ୍କ ବିଚାର ରଖନ୍ତୁ । କଙ୍ଗନାଙ୍କ ଫଲୋଅର୍ସ ସଂଖ୍ୟ କୁ ଆପରେ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.