Latest Odisha News

BREAKING NEWS

ଆସନ୍ତାକାଲି ଲଞ୍ଚ ହେବ PSLV-C52

ନୂଆଦିଲ୍ଲୀ : ଆସନ୍ତାକାଲି ଲଞ୍ଚ ହେବ PSLV-C52 । ଭାଲେଣ୍ଟାଇନ ଡେ ଅବସରରେ ଏହି ଡିଜିଟାଲ ମିଶନ ଆରମ୍ଭ ହେବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ପକ୍ଷରୁ ଏହାର ପ୍ରଥମ ଉତକ୍ଷେପଣ ହେବ । ଉତକ୍ଷେପଣ ଲାଗି ଏହାର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆର୍ଥ ଅବଜର୍ଭେସନ ସାଟେଲାଇଟ୍ ବା EOS-04 ଭାବେ ଏହା ନିଜ କକ୍ଷ ପଥରେ ଘୂରିବ । ଏହାର ଓଜନ ୧ ହଜାର ୭୧୦ କିଲୋଗ୍ରାମ ରହିଥିବା ବେଳେ, ୫୨୯ କିଲୋମିଟର ବ୍ୟାପୀ କକ୍ଷ ପଥରେ ଏହା ପରିକ୍ରମଣ କରିବ ।

ଆସନ୍ତାକାଲି ଭୋର ୫ଟା ୫୯ ମିନିଟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ର ଲଞ୍ଚ ପ୍ୟାଡରୁ ଏହାର ଉତକ୍ଷେପଣ ହେବ । ପିଏସଏଲଭି ଜରିଆରେ ଦୁଇଟି କ୍ଷୁଦ୍ର ଉପଗ୍ରହ ପ୍ରେରଣ କରାଯିବ । ସେଥିରୁ ଗୋଟିଏ ଉପଗ୍ରହ ହେଉଛି ଇନସ୍ପାୟାର ସ୍ୟାଟ-୧ । EOS-04 ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ୍, ଯାହାକି ଉଚ୍ଚମାନର ଫଟୋ ପ୍ରେରଣ କରିପାରିବ । ଫଳରେ କୃଷି, ଜଙ୍ଗଲ, ବନୀକରଣ, ମୃତ୍ତିକା ଆର୍ଦ୍ରତା, ଜଳସମ୍ପଦ, ବନ୍ୟା ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ । ୨୦୨୨ ମସିହାର ଏହା ହେଉଛି ଇସ୍ରୋର ପ୍ରଥମ ମିଶନ ।

Comments are closed, but trackbacks and pingbacks are open.