Latest Odisha News

BREAKING NEWS

ୟୁକ୍ରେନ୍ ଉପରେ ଆକ୍ରମଣ କଲେ ଭୟଙ୍କର ହେବ ସ୍ଥିତି, ଋଷକୁ ପୁଣି ଧମକ ଦେଲା ଆମେରିକା

ଓ୍ବାସିଙ୍ଗଟନ୍ : ଦିନକୁ ଦିନ ଜଟିଳ ରୂପ ନେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏଭଳି ସ୍ଥିତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଶୁଣାଇଛନ୍ତି ଚରମ ଚେତାବନୀ । ଯଦି ୟୁକ୍ରେନ ଉପରେ ଋଷ ଆକ୍ରମଣ କରେ, ତେବେ ଫଳ ଭୟଙ୍କର ହେବ ବୋଲି କହିଛି ଆମେରିକା । ପୁଟିନ ନିଜ ଜିଦରେ ଅଟଳ ଥିବା ବେଳେ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଦୁଇ ସୁପରପାଓ୍ବାରଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି ।

ସେପଟେ ୧୨ଟି ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ୟୁକ୍ରେନ ଛାଡିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କୃଷ୍ଣ ସାଗରରେ ୩୦ଟି ଯୁଦ୍ଧ ଜାହାଜକୁ ମୁତୟନ କରିଛି ଋଷ । ବିବାଦୀୟ କ୍ରିମିଆ ନିକଟରେ ଏହି ଶକ୍ତିଶାଳୀ ସମରାଭ୍ୟାସକୁ ନେଇ ଖେଳିଛି ଆତଙ୍କ । ତେଣେ ଋଷର ଜଳ ସୀମା ଭିତରେ ପ୍ରବେଶ ଲାଗି ଆମେରିକା ନୌସେନା ଉଦ୍ୟମ କରିଛି । ତେବେ ଏହି ଉଦ୍ୟମକୁ ପଣ୍ଡ କରିଛି ଋଷ । କୁରିଲସ ଦ୍ବୀପ ଅନ୍ତର୍ଗତ ଋଷର ଜଳସୀମାରେ ଆମେରିକାର ଏକ ବୁଡାଜାହାଜ ପ୍ରବେଶ କରିବା ମାତ୍ରେ ତାକୁ ତଡିପାର କରିଦେଇଥିଲା ଋଷର ବୁଡାଜାହାଜ ବିଧ୍ବଂସୀ ଜାହାଜ । ଏହି ଘଟଣା ପରେ ମସ୍କୋସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ।

 

Comments are closed, but trackbacks and pingbacks are open.