Latest Odisha News

BREAKING NEWS

ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ

ଯାଜପୁର: ଭଡ଼ା ଘରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ । ଯାଜପୁର ଟାଉନ୍ ଥାନା ସନ୍ଥମାଧବ ଗାଁରେ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନାଁ ଚନ୍ଦ୍ରମଣି ବଳ ଓ ଘର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳରେ ବୋଲି ଜଣା ପଡିଛି ।

ଘରେ ଚଢ଼ାଉ କରି ପୋଲିସ ୧୩ଲକ୍ଷ ୧୭ହଜାର ୫ଶହ ଟଙ୍କା ଜାଲ ନୋଟ ସହ ପ୍ରିଣ୍ଟ ମେସିନ ମଧ୍ୟ ଜବତ କରିଛି । ଏହା ପଛରେ ଏକ ବଡ ରାକେଟ ସକ୍ରିୟ ଥିବା ଜଣାପଡିଛି । ନକଲି ନୋଟ୍ ସବୁ ହାଇଦ୍ରାବାଦ ଓ ବିଶାଖାପାଟଣା ଚାଲାଣ ହେଉଥିବା ସୂଚନା ମିଳିଛି ।

କେବେଠାରୁ ଜାଲ୍ ନୋଟ୍ କାରବାର ଚାଲିଥିଲା ? ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ? ରାଜ୍ୟ ବାହାର ଲିଙ୍କ ଅଛି କି ? ଅଭିଯୁକ୍ତକୁ ପଚରାଉଚରା ଚାଲିଛି । ଅଧିକ ଖୋଳତାଡ ଚଳାଇଛି ଯାଜପୁର ଟାଉନ୍ ଥାନା ପୋଲିସ ।

Leave A Reply

Your email address will not be published.