Latest Odisha News

BREAKING NEWS

ଅଭିନେତା ଭିକିଙ୍କ ନାଁରେ ଏତଲା

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରର ଜଣେ ବ୍ୟକ୍ତି ବଲିଉଡ୍‌ ଅଭିନେତା ଭିକି କୌଶଲଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ ନିକଟରେ ତାଙ୍କ ସ୍କୁଟି ନମ୍ବର ଏବଂ ଭିକି ସାରାଙ୍କୁ ନେଇ ଯେଉଁ ବାଇକ୍‌ରେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି ଦୁଇଟିଯାକ ଗାଡି ନମ୍ବର ଗୋଟିଏ। ବାସ୍ତବରେ ଭିକିଙ୍କୁ ତାଙ୍କ ଆଗାମୀ ଚଳଚ୍ଚିତ୍ରର କିଛି ଦୃଶ୍ୟ ପାଇଁ ରାସ୍ତାରେ ଗାଡି ଚଳାଉଥିବାର ଦେଖିିବାକୁ ମିଳିଥିଲା।

ଅଭିଯୋଗକାରୀ ଜୟ ସିଂ ଯାଦବ ଦାବି କରିଛନ୍ତି ଯେ ଚଳଚ୍ଚିତ୍ର ଦୃଶ୍ୟରେ ଦେଖାଯାଇଥିବା ବାଇକ୍ ନମ୍ବର ତାଙ୍କର ଅଟେ। ଜୟ ସିଂ ଯାଦବ ଏହା ମଧ୍ୟ କହିଛନ୍ତି ଯେ ଭିକି ତାଙ୍କ ବିନା ଅନୁମତିରେ ତାଙ୍କ ଗାଡି ନମ୍ବର ବ୍ୟବହାର କରିପାରିବେ ନାହିଁ।

ସେ ଆହୁରି କହିଛନ୍ତି ଯେ ଫିଲ୍ମର ନିର୍ମାତାମାନେ ଏହା ଜାଣିଛନ୍ତି କି ନାହିଁ ମୁଁ ଜାଣେ ନାହିଁ କିନ୍ତୁ ଏହା ବେଆଇନ ଅଟେ। ମୋ ସମ୍ମତି ବିନା ସେମାନେ ମୋ ନମ୍ବର ବ୍ୟବହାର କରିପାରିବେ ନାହିଁ। ମୁଁ ପୋଲିସ ଷ୍ଟେସନକୁ ଏକ ଲିଖିତ ଅଭିଯୋଗ ଦେଇଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

ଯାଦବ ତାଙ୍କର ଦୁଇ ଚକିଆ ଯାନର ନମ୍ବର ପ୍ଲେଟର ଫଟୋ ମଧ୍ୟ ସେୟାର କରିଛନ୍ତି।

Leave A Reply

Your email address will not be published.