Latest Odisha News

BREAKING NEWS

ବିଜେପୁର ଉପନିର୍ବାଚନ: ଆଜି ଜଣାପଡ଼ିବ ଫଳାଫଳ, ଜାରି ରହିଛି ଭୋଟଗଣତି

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବା ବେଳେ ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହି ଭୋଟଗଣତି ପଦ୍ମପୁର ଆରଏମସି ମାର୍କେଟ୍ ୟାର୍ଡରେ ଆଜି ସକାଳୁ ଆରମ୍ଭ ହୋଇଛି । ଏହି ଭୋଟଗଣତି ୧୪ଟି ଟେବୁଲ ଏବଂ ଏହା ୨୧ଟି ରାଉଣ୍ଡରେ ଗଣତି ସମାପ୍ତ ହେବ, ବୋଲି ସୂଚନା ମିଳିଛି ।

ଏହି ଭୋଟଗଣତି ଲାଗି ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଇଭିଏମକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଆବଶ୍ୟକୀୟ ପୋଲିସ କର୍ମୀଙ୍କୁ ଏଠାରେ ନିୟୋଜିତ କରାଯାଇଛି । ଏହାବ୍ୟତୀତ ଏହାର ଆଖପାଖରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସୁତ୍ରରୁ ପ୍ରକଶ।

ଏଥିପାଇଁ ଭୋଟ ଗଣନା କେନ୍ଦ୍ରରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍ପି ପଦ୍ମିନୀ ସାହୁ ପ୍ରମୁଖ ପହଞ୍ଚିଛନ୍ତି। ନିର୍ବାଚନ ମଇଦାନରେ ୫ଜଣ ପ୍ରାର୍ଥୀ ରହିଛନ୍ତି। ବିଜେଡିରୁ ରୀତା ସାହୁ, ଭାଜପାରୁ ସନତ ଗଡତୀୟା, କଂଗ୍ରେସରୁ ଦିଲିପ କୁମାର ପଣ୍ଡା, ହିନ୍ଦୁ ମହାସଭାରୁ ଅଶୋକ ମିତ୍ତଲ ପ୍ରାର୍ଥୀ ରହିଥିବା ବେଳେ ବୃନ୍ଦାବନ ପୁରୋହିତ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ଦିନ ବିଜେପୁର ନିର୍ବାଚନ ମଣ୍ଡଳୀର ୨୮୫ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଗ୍ରହଣ କରାଯାଇଥିଲା। ୭୮.୯୬ ପ୍ରତିଶତ ମତଦାନ ହୋଇଥିଲା।

Leave A Reply

Your email address will not be published.