Latest Odisha News

BREAKING NEWS

ଅନ୍ଧବିଶ୍ୱାସକୁ ବିଶ୍ୱାସ! ଗୁଣିଆର ଔଷଧ ଖାଇ ଚାଲିଗଲା ଦମ୍ପତିଙ୍କ ଜୀବନ

ଫୁଲବାଣୀ: ଅନ୍ଧବିଶ୍ୱାସ ହେଉଛି ଅଜ୍ଞାନତା ଏବଂ ଭୟରୁ ଜନ୍ମ ନେଉଥିବା ଏକ ଅଯୌକ୍ତିକ ଓ ଭୁଲ୍ ଧାରଣା। ଏହା ସମାଜର ବିକାଶ ପାଇଁ ଏକ ବଡ଼ ବାଧା। ଏହା ଜାଣିବା ପରେ ମଧ୍ୟ ଏହି ଆଧୁନିକ ଯୁଗରେ ଲୋକେ ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି ଏବଂ ପରିଣାମ ଭୟଙ୍କର ବି ହେଉଛି। ଏହାର ଏକ ଉଦାହରଣ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଦେଖିବାକୁ ମିଳିଛି। ଏଠାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ନିଃସନ୍ତାନ ଦମ୍ପତି ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆଠାରୁ ଔଷଧ ଆଣି ଖାଇଥିଲେ। ପରେ ଦୁହେଁ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀଙ୍କ ଅବସ୍ଥା ଗୁରୁତର ହେବାରୁ MKCG ମେଡିକାଲ ପଠାଯାଇଥିଲା। ମଙ୍ଗଳବାର MKCGରେ ସ୍ବାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷେ ଗୁଣିଆଙ୍କ କୌଣସି ପତ୍ତା ମିଳିପାରି ନାହିଁ।

Comments are closed.