ଆଗାମୀ ଅଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି। ସମ୍ଭାବ୍ୟ ଦଳକୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ, ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ୱିକେଟକିପର-ବ୍ୟାଟର ସଞ୍ଜୁ ସାମସନଙ୍କୁ ପୁଣି ଥରେ ଦଳକୁ ଫେରି ପାରନ୍ତି । ଅନ୍ୟପଟେ, ନିକଟରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଯୁବ ବିସ୍ଫୋରକ ଓପନର ଅଭିଷେକ ଶର୍ମାଙ୍କୁ ଟିମ୍ ମ୍ୟାନେଜମେଣ୍ଟ ବାହାରେ ରଖିବାକୁ ଚିନ୍ତା କରୁଥିବା କୁହାଯାଉଛି। ଏହାସହ ଅଭିଜ୍ଞ ଫାଷ୍ଟ ବୋଲର ଭୁବନେଶ୍ୱର କୁମାରଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି, କାରଣ ଚୟନକର୍ତ୍ତାମାନେ ଯୁବ ଫାଷ୍ଟ ବୋଲରଙ୍କ ଉପରେ ଅଧିକ ଭରସା ଦେଖାଉଛନ୍ତି।
ଅଫଗାନିସ୍ତାନ ସିରିଜ୍ ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ନିଜର ଦକ୍ଷତା ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ। ଚୟନ କମିଟି ଆଗାମୀ ବଡ଼ ପ୍ରତିଯୋଗିତାଗୁଡ଼ିକୁ ଦୃଷ୍ଟିରେ ରଖି ଦଳରେ ସନ୍ତୁଳନ ଆଣିବାକୁ ଚେଷ୍ଟା କରୁଛନ୍ତି। ବୋଲିଂ ବିଭାଗରେ ଯୁବ ପେସରମାନଙ୍କୁ ସୁଯୋଗ ମିଳିବା କାରଣରୁ ଭୁବନେଶ୍ୱର କୁମାରଙ୍କ ଦଳକୁ ଫେରିବା ବାଟ ବନ୍ଦ ଥିବା ପରି ମନେହେଉଛି। ତେବେ ଚୂଡ଼ାନ୍ତ ୧୫ ଜଣିଆ ଦଳ ଘୋଷଣା ହେବା ପରେ ହିଁ ସଞ୍ଜୁ ସାମସନଙ୍କ ଭୂମିକା ଏବଂ ଅଭିଷେକ ଶର୍ମାଙ୍କ ଭବିଷ୍ୟତ ସ୍ପଷ୍ଟ ହେବ। କ୍ରିକେଟ୍ ପ୍ରଶଂସକମାନେ ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ର ଆନୁଷ୍ଠାନିକ ଘୋଷଣାକୁ ଚାହିଁ ରହିଛନ୍ତି।ଭାରତୀୟ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବ।

