Latest Odisha News

BREAKING NEWS

ଆଜି ପ୍ରେମ ସପ୍ତାହର ଶେଷ ଦିନ; ଭାଲେଣ୍ଟାଇନ୍ସ ଡେ’

ଭୁବନେଶ୍ୱର: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ । ଯାହାକି ପ୍ରେମ ଦିବସ ରୂପେ ଜଣା । ବିଗତ ୭ ଦିନ ଧରି ଚାଲିଥିବା ପ୍ରେମ ସପ୍ତାହର ଆଜି ହେଉଛି ଅନ୍ତିମ ଦିବସ ବା ଭାଲେଣ୍ଟାଇନ୍ସ ଡେ’।

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ ।

ଭାଲେଣ୍ଟାଇନଙ୍କୁ ମନେ ପକାଇବା ପାଇଁ ଆଜି ପରି ଦିନଟିଏ । ସମସ୍ତଙ୍କୁ ଭଲ ପାଇବାର ଦିନଟିଏ । ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ  କିଏ କେଉଁ ପ୍ରକାରରେ ପ୍ରକାଶ କରିଥାଏ ।ଏହା ହିଁ ସର୍ମ୍ପକର ମୁଳତତ୍ୱ , ପ୍ରେମବିନା ଜୀବନ ରଙ୍ଗ ହୀନ । ଏହା ଆଖିରେ ଆଖିରେ ହୁଏ ତ କେବେ ଇସାରାରେ ।

ପ୍ରେମ ହେଉଛି, ସତ୍ୟ ଓ ସୁନ୍ଦର । ପବିତ୍ର ପ୍ରେମରେ ନଥାଏ ପାପ। ଆଉ ପ୍ରେମ ମାନେନି ଜାତି, ଧର୍ମ ଓ ବର୍ଣ୍ଣ। ଫେବୃୟାରୀ ୭ ତାରିଖରୁ ଆରମ୍ଭ ହେଇଥିବା ପ୍ରେମ ସପ୍ତାହର ଶେଷ ଦିନ ତଥା ଫେବୃୟାରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଡେ’ ରୂପେ ପାଳନ କରାଯାଏ। ଏହି ଦିନ ପ୍ରେମୀଯୁଗଳ ନିଜ ପ୍ରେମର ପରିଭାଷାକୁ ପ୍ରକାଶ କରିଥାନ୍ତି।

ବିଭିନ୍ନ ଢଙ୍ଗରେ ଏହି ଭାଲେଣ୍ଟାଇନ ଡେକୁ ପାଳନ କରିଥାନ୍ତି ଲଭବାର୍ଡ। ଏହି ଦିନଟି ସେମାନଙ୍କ ପାଇଁ ଅତି ଖାସ ହୋଇଥାଏ। ଭାଲେଣ୍ଟାଇନ ଡେ’ ରେ ସବୁଆଡେ, ବିଶେଷ କରି ପାର୍କ, ସପିଂ ମଲ, ରେସ୍ତୋରାଁ ଓ ସିନେମା ହଲରେ ପ୍ରେମୀଯୁଗଳଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହି ଦିନକୁ ଦୃଷ୍ଟିରେ ରଖି ଗିଫ୍ଟ ଓ ଫୁଲ ବ୍ୟବସାୟୀ ମଧ୍ୟ ଭଲ ରୋଜଗାର କରିଥାନ୍ତି। କିଏ ଫୁଲ ଦେଇ ପ୍ରେମ ନିବେଦନ କରିଥାଏ ତ ଆଉ କିଏ ଉପହାର ଦେଇ ପ୍ରେମ ନିବେଦନ କରିଥାଏ।

ଭଲ ପାଇବା ପାଇଁ, ପ୍ରେମର ପରିଭାଷା ପରିପ୍ରକାଶ ପାଇଁ ଗୋଟିଏ ଜୀବନ ବି କମ ପଡିଯାଏ । ଦିନଟିଏ ତ କିଛି ନୁହେଁ । ତଥାପି ହସଖୁସି ଭିତରେ ସାଥୀ ସହ ସମୟ ବିତେଇବା ପାଇଁ ଆଜି ଦିନର ପରିକଳ୍ପନା । ପ୍ରେମର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ । ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ବ୍ୟସ୍ତ ।କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି ।

Leave A Reply

Your email address will not be published.