Latest Odisha News

BREAKING NEWS

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍‌ ସହ ଅନ୍ୟାନ୍ୟ ଉପକରଣ ବ୍ୟାଜାପ୍ତି ହେବ

କୋରାପୁଟ: କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାରକୁ ବାଜ୍ୟାପ୍ତ କରାଯିବ । ସେତିକି ନୁହେଁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲମିରା, ଚେୟାର, ଟେବୁଲ ମଧ୍ୟ ବାଜ୍ୟାପ୍ତ କରାଯିବ । ଏନେଇ ୱାରେଣ୍ଟ ଜାରି କରିଛନ୍ତି କୋରାପୁଟ ସିନିଅର ଡିଭିଜନ ସିଭିଲ ଜଜ୍‌ । ୨୦୧୦ ମସିହାର ଏକ ଅର୍ଥ ଦେଣନେଣ ମାମଲାର ବିଚାର କରି ଏପରି ନିର୍ଦ୍ଦେଶ ଦେଇଛନ୍ତି କରିଛନ୍ତି କୋରାପୁଟ ସିନିଅର ଡିଭିଜନ ସିଭିଲ ଜଜ୍‌ ।

ସୂଚନାଥାଉ କି, ୨୦୧୦ ମସିହାରେ ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟକୁ ‘ଦି ମଦର’ ମେଡିକାଲ ଷ୍ଟୋରର ମାଲିକ ହରେକୃଷ୍ଣ ମହାନ୍ତି ୨ ଲକ୍ଷ ୬୩ ହଜାର ୮୩୯ ଟଙ୍କାର ଔଷଧ ଦେଇଥିଲେ।   ହରେକୃଷ୍ଣ ମହାନ୍ତିଙ୍କ କହିବା ଅନୁଯାୟୀ,   ମେଡିସିନ ସପ୍ଲାଏ କରିଥିବା ବେଳେ ତାଙ୍କର ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମେଡିସିନ ବିଲ୍‌ ବାକି ରହିଥିଲା। ବାରମ୍ବାର ଅନୁରୋଧ ସତ୍ତ୍ୱେ  ସିଡିପିଓ ଟଙ୍କା ଦେଇ ନ ଥିଲେ । ଫଳରେ ବାଧ୍ୟ ହୋଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

୨୦୧୮ ମସିହାରେ ତରନ୍ତ ବିଲ୍‌ ପଇଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଲେ। ହେଲେ ଏହାପରେ ବି ଉକ୍ତ ନିର୍ଦ୍ଦେଶକୁ ଖାତିର କଲେନି।  ଏବେ ପୁଣି ଥରେ ଏଡିଏମ୍‌ଓଙ୍କ ଗାଡ଼ି ସିଜ୍‌ କରିବାକୁ ଅର୍ଡର ଦିଆଯାଇଛି। ମାତ୍ର ଦୁଇ, ୩ ଦିନ ମଧ୍ୟରେ ସମସ୍ତ ଦେୟ ପଇଠ କରିବା ନିମନ୍ତେ  ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

ଟଙ୍କା ପୈଠ ନ କଲେ   ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍‌, ୧୦ଟି ଟେବୁଲ, ୧୦ଟି ଚେୟାର, ୧୦ଟି ଏସି, ୨୦ଟି ଫ୍ୟାନ ଓ ୧୦ଟି ଆଲମିରା ବାଜ୍ୟାପ୍ତି କରିବାକୁ ସିନିୟର ସିଭିଲ କୋର୍ଟ କୋରାପୁଟଙ୍କ ପକ୍ଷରୁ ୱାରେଣ୍ଟ ଜାରି ହୋଇଛି ।

ଏବେ ଜିଲ୍ଲାପାଳ କୋରାପୁଟରେ ଅନୁପସ୍ଥିତ ଥିବାରୁ ସେ ଆସିବା ପରେ ଏହି ଘଟଣାର ସମାଧାନ ବାଟ ବାହାର କରାଯିବ ବୋଲି ସରକାରୀ ଓକିଲ କହିଛନ୍ତି।

Leave A Reply

Your email address will not be published.