Latest Odisha News

ବିଶ୍ୱ ଅନ୍ତରୀକ୍ଷ ସପ୍ତାହ: ପ୍ରଥମଥର ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା କାର୍ଯ୍ୟକ୍ରମ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ବଶ୍ୱ ଅନ୍ତରୀକ୍ଷ ସପ୍ତାହ । ପ୍ରଥମଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ରୋ ଶ୍ରୀହରିକୋଟା ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରର ଡେପୁଟି ନିର୍ଦ୍ଦେଶକ ପି.ସୁନୀଲ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ସମ୍ବୋଧନରେ ଛାତ୍ରଛାତ୍ରୀଙ୍କ ମନରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଇବା ପାଇଁ ପ୍ରଚେଷ୍ଟା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଆଇଆଇଏମଟି ସିଏସଆଇଆର ନିର୍ଦ୍ଧେଶକ ଡଃ ରାମାନୁଜ ନାରାୟଣ ,ଶ୍ରୀଜଗନ୍ନାଥ ବିଶ୍ଵବିଦ୍ୟାଳୟ କୁଳପତି ରବୀନ୍ଦ୍ର କୁମାର ପଣ୍ଡା,ବିଶ୍ଵ ଅନ୍ତରୀକ୍ଷ ସପ୍ତାହ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅମିତାଭ ମହାନ୍ତି ,ରେଜିଷ୍ଟାର ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଯୋଗେଦେଇଥିଲେ ।

ଭୁବନେଶ୍ଵର ଆଇଆଇଏମଟି ସିଏସଆଇଆର ନିର୍ଦ୍ଧେଶକ ଡଃ ରାମାନୁଜ ନାରାୟଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ହାଇଦ୍ରାବାଦରେ ହେବାକୁ ଥିବା IMMT ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଛି । ଟିଭି ସାଟେଲାଇଟ ଠାରୁ ଆରମ୍ଭ କରି ରକେଟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଇସ୍ରୋର ଅବଦାନ ରହିଛି । ଗଣମାଧ୍ୟମ ଓ ବୈଜ୍ଞାନିକ ଏକ ହେଲେ ଆଶ୍ଚର୍ଯ୍ୟ ଘଟିବ ବୋଲି କହିଛନ୍ତି IMMT ,CSIR ନିର୍ଦ୍ଧେଶକ ଡଃ ରାମାନୁଜ ନାରାୟଣ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିକଟରେ ଚନ୍ଦ୍ରାୟନ ୨ ର ସଫଳତା ଓ ଆଦିତ୍ୟ ଏଲ୍ ଭି ମିଶନ ସମ୍ପର୍କରେ ସେ ଉଦବୋଧନ ଦେଇଛନ୍ତି । ସଂସ୍କୃତ ଭାଷା ସବୁ ଭାଷାର ଜନନୀ । ସଂସ୍କୃତ ସହ ମହାକାଶ ବିଜ୍ଞାନ ଅଧ୍ୟୟନ କଲେ ଛାତ୍ରଛାତ୍ରୀ ଅସମ୍ଭବକୁ ସମ୍ଭବ କରିପାରିବେ ବୋଲି କହିଛନ୍ତି ଡଃ ରାମାନୁଜ ନାରାୟଣ ।

ଅନ୍ୟପଟେ ଇସ୍ରୋର ଡେପୁଟି ଡାଇରେକ୍ଟର ପି.ସୁନୀଲ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନେ ବିଶ୍ୱରେ ଇସ୍ରୋର ଭୂମିକା ବିଷୟରେ ଜାଣିବା ସହ ଇସ୍ରୋ ବୈଜ୍ଞାନିକ ମାନଙ୍କ ଦ୍ୱାରା ଚନ୍ଦ୍ରଯାନର ସଫଳତାକୁ ନେଇ ବେଶ୍ ଅନୁପ୍ରାଣିତ ହୋଇଛନ୍ତି । ସେପଟେ ଆଗକୁ ଇସ୍ରୋର ଏହି ପ୍ରୟାସ ଜାରି ରହିବା ସହ  ଆଗକୁ ଚନ୍ଦ୍ରଯାନ ୪,୫,୬ ମଧ୍ୟ ମହାକାଶକୁ ପଠାଯିବ ଓ ଇସ୍ରୋରେ ଓଡିଶାର ପ୍ରମୁଖ ଅବଦାନ ମଧ୍ୟ ରହିବ ।

Leave A Reply

Your email address will not be published.