ନୂଆଦିଲ୍ଲୀ: ଜୁନ୍ରୁ ଆରମ୍ଭ ହୋଇପାରେ ଶିଶୁଙ୍କ ପାଇଁ କରୋନା ଟିକା ପରୀକ୍ଷଣ। କରୋନା ରୋଗ ପ୍ରତିରୋଧକ ଟିକା କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ କହିଛି ଜୁନ୍ରୁ ଟିକା ପରୀକ୍ଷଣ ଆରମ୍ଭ କରିବ ବୋଲି ଆଶା କରାଯାଉଛି।
“ଆମେ ଗତ ବର୍ଷ ଉତ୍ପାଦର ବିକାଶ ଉପରେ ଧ୍ୟାନ ଦେଇଥିଲୁ। ବର୍ତ୍ତମାନ ଆମର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦିଆଯାଇଛି ବୋଲି ଡ. ଇଲା ଏକ ଭର୍ଚୁଆଲ୍ ଆଲୋଚନା ସମୟରେ କହିଛନ୍ତି।
ଏହାଛଡ଼ା ଡ. ଇଲା କହିଛନ୍ତି ଯେ ଭାରତ ବାୟୋଟେକ ଚଳିତ ବର୍ଷ ଶେଷ ସୁଦ୍ଧା କୋଭାକ୍ସିନ୍ର ଉତ୍ପାଦନ କ୍ଷମତାକୁ ୭୦୦ ନିୟୁତ ଡୋଜକୁ ବୃଦ୍ଧି କରିବ।
Comments are closed.