Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ପ୍ରସୂତୀ ମହିଳା: ସିଲ ହେଲା ୫ଟି ନର୍ସିଂହୋମ ଓ ୩ଟି ପାଥୋଲ୍ୟାବ

ଢେଙ୍କାନାଳ:ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ନର୍ସିଂହୋମ ଓ ୩ଟି ପାଥୋଲ୍ୟାବକୁ ସିଲ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଉକ୍ତ ଗର୍ଭବତୀ ମହିଳା ଜଣଙ୍କ ପ୍ରଥମେ ଏକ ନର୍ସିଂହୋମକୁ ପ୍ରସୂତୀ ପାଇଁ ଯାଇଥିଲେ । ମାତ୍ର ସେଠାରେ ଉପଯୁକ୍ତ ଚିକିତ୍ସା ନମିଳିବାରୁ ସେ ଆହୁରି ୪ଟି ନର୍ସିଂହୋମକୁ ଯାଇଥିଲେ । ଅନ୍ୟପଟେ ମହିଳା ଜଣଙ୍କର ୨ଟି ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ ଏବଂ ଗୋଟିଏ ଔଷଧ ଦୋକାନ ମଧ୍ୟ ଯାଇଥିଲେ ।

ଉକ୍ତ ମହିଳାଙ୍କର ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଣାପଡିଲା ଯେ, ମହିଳା ଜଣକ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ସେ ଯାଇଥିବା ନରର୍ସିଂହୋମ, ଔଷଧ ଦୋକାନ, ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଆଦିକୁ ଢେଙ୍କାନାଳ ପ୍ରଶାସନ ପକ୍ଷରୁ ସିଲ୍ କରାଯିବା ସହ ୬୦ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି ।

Leave A Reply

Your email address will not be published.