Latest Odisha News

କରୋନା ଲଢ଼େଇ ଜିତିଲେ ୩୪ କରୋନା ଯୋଦ୍ଧା

ସୁନ୍ଦରଗଡ଼: ହାରିଲା କରୋନା । ଜିତିଲେ କରୋନା ଯୋଦ୍ଧା । କରୋନା ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ପିଟାଲ କର୍ମଚାରୀ ସମସ୍ତଙ୍କୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥିଲେ ।

ଖୁବଶୀଘ୍ର ସେମାନେ ନିଜ ନିଜ କାର୍ଯ୍ୟକୁ ଫେରିବେ ବୋଲି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରୋନା ଡ୍ୟୁଟି କରିବା ବେଳେ ସମସ୍ତେ ଭୂତାଣୁ ସଂକ୍ରମିତ ହୋଇଥିଲେ ।

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ୭୯୫ କରୋନା ସଂକ୍ରମତି ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୬୭୬ ଆକ୍ରାନ୍ତ । ଜିଲ୍ଲାରେ ଆକ୍ଟିଭ୍ କେସ୍ ରହିଛି ୧୧୫ । ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.