Latest Odisha News

BREAKING NEWS

କରୋନା ଅପଡେଟ୍: ଭାରତରେ ୯୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେତେ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୯୧୫୨ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୩୦୮ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଏହି ମହାମାରୀ ପ୍ରଭାବରୁ ବର୍ତ୍ତମାନ ଯାଏଁ ମୋଟ ୮୫୬ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସରକାର କୋଭିଡ୧୯ କଣ୍ଟେଣ୍ଟମେଣ୍ଟ ଜୋନ୍ (ରେଡ୍ ଜୋନ୍) ସଂଖ୍ୟା ବୃଦ୍ଧି କରିବା ସହ ସୋମବାର ଠାରୁ ସେହି ସମସ୍ତ ଅଞ୍ଚଳରେ ବ୍ୟାପକ ସାନିଟାଇଜେସନ୍ ପକ୍ରିୟା ଆରମ୍ଭ ହେବ।

ଦେଶର ସର୍ବାଧିକ ଆକ୍ରାନ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ୧୪୨୬ ଟି ମାମଲା ଚିହ୍ନଟ ହୋଇଛି ଯାହା ମଧ୍ୟରୁ ୨୦୮ ଜଣ ସୁସ୍ଥ ହୋଇଥିବା ବେଳେ ୧୨୭ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.