Latest Odisha News

BREAKING NEWS

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ…

ଭୁବନେଶ୍ୱର: ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ପ୍ରାୟ ଅନେକ ରାଷ୍ଟ୍ର ସହ ଆମେ ମଧ୍ୟ ଜାନୁଆରୁ ୧ କୁ ନବ ବର୍ଷ ରୂପେ ପାଳନ କରିଥାଉ । କିନ୍ତୁ ଜାନୁଆରୀ ୧ର ମଧ୍ୟରାତ୍ରର ଘନ ଅନ୍ଧାର ଭିତରେ ନବବର୍ଷର ସ୍ବାଗତ ଅପେକ୍ଷା ବର୍ଷ ପ୍ରତିପଦାର ନବ ପ୍ରଭାତର ମଙ୍ଗଳମୟ ମୂହୂର୍ତ୍ତ ଅଧିକ ବାସ୍ତବ ଧର୍ମି ଚିନ୍ତନ । ଭାରତୀୟ କାଳଗଣନା ପଦ୍ଧତି ଓ ନବବର୍ଷ ଉଭୟ ସ୍ବଦେଶର ମାଟି, ପାଣି, ପବନ ସହ ଜଡ଼ିତ ।

ଭାରତୀୟ ତିଥି ଅନୁଯାୟୀ ଦେଖିବାକୁ ଗଲେ ଚୈତ୍ର ଶୁକ୍ଳ ପ୍ରତିପଦା,୨୦୨୦ ଇଂରାଜୀ କ୍ୟାଲେଣ୍ଡର ମାର୍ଚ୍ଚ ୨୫ରେ ପଡ଼ୁଛି ନବବର୍ଷ।

ଆଜି ରାଷ୍ଟ୍ରୀୟ ନବବର୍ଷ। ଯୁଗାବ୍ଧ ୫୧୨୨, ବିକ୍ରମ ସମ୍ବତ ୨୦୭୭ ।

ପାଶ୍ଚାତ୍ୟ କାଳଗଣନା ପଦ୍ଧତି ସହ ଭାରତୀୟ ପରିବେଶ, ସଂସ୍କୃତି, ଇତିହାସ ଓ ଭାବନାର କୌଣସି ସମ୍ବନ୍ଧ ନଥାଏ। ଯେପରି ଋତୁର ପରିବର୍ତ୍ତନ, ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ, ଆର୍ଥିକ ବର୍ଷର ପରିବର୍ତ୍ତନ, ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ନବ ସମ୍ବତ ବା ଭାରତୀୟ ନବବର୍ଷରେ ଦେଖା ଯାଇଥାଏ।

ମାତ୍ର ୧ ଜାନୁଆରୀରେ ଏପରି କଛି ଦେଖା ଯାଇନଥାଏ। ବର୍ଷ ପ୍ରତିପଦାର ନବ ପ୍ରଭାତ ମୁହୂର୍ତ୍ତ ନବବର୍ଷର ଅଧିକ ବାସ୍ତବ ଧର୍ମି ଚିନ୍ତନ। ଭାରତୀୟ କାଳଗଣନା ପଦ୍ଧତି ଅନୁଯାୟୀ ପାରିବାରିକ ଜୀବନର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ବିବାହ, ବ୍ରତ, ଜନ୍ମ ଜାତକ, ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ଯେପରି ସମ୍ବତ ଅନୁସାରେ କରିଥାଉ ରାଷ୍ଟ୍ରୀୟ ନବବର୍ଷ ମଧ୍ୟ ସେହିପରି ପାଳନ କରାଯିବା ଦରକାର ।

Leave A Reply

Your email address will not be published.