Latest Odisha News

BREAKING NEWS

ମରଣଯନ୍ତା ପାଲଟିଛି ତାଳଚେର ବାଇପାସ୍, ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ

ତାଳଚେର: ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ତାଳଚେର ବାଇପାସ୍ ନିକଟ ପବିତ୍ର ମୋହନ ଛକରେ ସଡ଼କ ଦୁର୍ଘଟଣା ଘଟିଛି । ଦିନ ପ୍ରାୟ ୨ଟା ୩୦ ସମୟରେ ଦୁଇ ଜଣ ବାଇକ୍ ଯୋଗେ ତାଳଚେରରୁ ଫେରୁଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

୨ ମୃତକ ଖାଲପାଳ ଗାଁର ସାଡୁ ମୋହାନ୍ତି (୩୨) ଓ ତେନ୍ତା ମୁଣ୍ଡା (୨୫) ବୋଲି ଜଣାପଡ଼ିଛି । ବିଭିନ୍ନ ସମୟରେ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି । ତଥାପି ପ୍ରଶାସନ ରାସ୍ତା ସମସ୍ୟା ପ୍ରତି ଦୃଷ୍ଟି ଦେଉ ନଥିବା ବେଳେ ଟ୍ରାଫିକ୍ ବ୍ୟବସ୍ଥା ଭୁଶୁ଼ଡ଼ି ପଡ଼ିଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନ ଯାଉଛି ।

Leave A Reply

Your email address will not be published.