Latest Odisha News

ମୋଦୀଙ୍କୁ ସମାଲୋଚନା କରି ପାକିସ୍ତାନୀ ମିଡ଼ିଆରେ ନିନ୍ଦିତ ହେଲେ ଇମ୍ରାନ !

ଇସଲାମାବାଦ: ଭାରତ ବିରୋଧରେ କୁତ୍ସାରଟନା କରିବା ହେଉ କି ମିଥ୍ୟା ଆରୋପ ଏହା ପାକିସ୍ତାନର ଅଭ୍ୟାସଗତ ପ୍ରକୃତି କହିଲେ ଚଳେ । ପୁଲୱାମା ଆକ୍ରମଣ ପରଠାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ମିଥ୍ୟା ଆରୋପ ଲଗାଇ ଆସୁଛନ୍ତି । ମାତ୍ର ଏବେ ସାରା ବିଶ୍ୱ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇ ମହାବିନାଶ ଆଡ଼କୁ ଗତି କରୁଥିବା ବେଳେ ଇମ୍ରାନ ନିଜ ଦେଶବାସୀଙ୍କ ହିତସାଧନ କଥା ଭୁଲିଯାଉଛନ୍ତି । ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ହେୟଜ୍ଞାନ କରି ନିଜ ଦେଶରେ ଏବେ ଇମ୍ରାନ ସମାଲୋଚିତ ହେବାରେ ଲାଗିଛନ୍ତି । ଏବେ ପାକିସ୍ତାନୀ ଗଣମାଧ୍ୟମ ସିଧାସଳଖ ଇମ୍ରାନଙ୍କୁ ସମାଲୋଚନା କରିବାକୁ ପଛାଉନାହାନ୍ତି । ଏପରିକି କିଛି ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ କହିଛନ୍ତି ଯେ, କରୋନା ସହିତ କିପରି ଲଢେଇ କରିବାକୁ ହୁଏ ତାହା ଇମ୍ରାନ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଶିଖନ୍ତୁ ।

ନିକଟରେ ଇମ୍ରାନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଥିଲେ ଯେ, ଦେଶରେ ଲକ୍‌ଡ଼ାଉନ୍ କରିଥିବା ଯୋଗୁଁ ମୋଦୀ ‘ମନକୀ ବାତ୍‌’ କାର୍ଯ୍ୟକ୍ରମରେ ରେଡ଼ିଓରେ ଭାରତବାସୀଙ୍କୁ କ୍ଷମା ମାଗିଛନ୍ତି । ମୋଦୀ ବହୁତ ବଡ଼ ଭୁଲ କରିଥିବାରୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ମୋଦୀଙ୍କ ବିରୋଧରେ ଇମ୍ରାନ ଏପରି ମିଥ୍ୟା ଆରୋପ କରିଥିବାରୁ ପାକିସ୍ତାନୀ ଗଣମାଧ୍ୟମ ଜିଓ ନ୍ୟୁଜ୍ ଇମ୍ରାନଙ୍କୁ ସମାଲୋଚନା କରିବାକୁ ପଛାଇନାହିଁ ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୪ ତାରିଖରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭୂତାଣୁ ସଂକ୍ରମଣ ସହିତ ଲଢେଇ ଲାଗି ୨୧ ଦିନ ଲାଗି ଲକ୍‌ଡ଼ାଉନ୍ ଘୋଷଣା କରିଥିଲେ । ପରେ ଦେଶବାସୀ କରୋନା ଭୂତାଣୁ ଯୋଗୁଁ ଏପରି କଷ୍ଟକର ପରିସ୍ଥ୍‌ିତିରେ ରହିଥିବା ଯୋଗୁଁ ମୋଦୀ ଦେଶବାସୀଙ୍କୁ ସାଧୁବାଦ ଜଣାଇବା ସହିତ ଏହି ପଦକ୍ଷେପ ନେବାକୁ ଦେଶ ବାଧ୍ୟ ହୋଇଛି ବୋଲି ଜଣାଇଥିଲେ । ଏହି ଲକ୍‌ଡ଼ାଉନ ଦ୍ୱାରା କରୋନା ସଂକ୍ରମଣ ବ୍ୟାପୀବାରୁ ନିୟନ୍ତ୍ରଣ କରିହେବ ବୋଲି ସାରା ଦେଶ ମଧ୍ୟ ଲକ୍‌ଡ଼ାଉନ ପାଳନ କରିଥିଲେ ।

ମାତ୍ର ପାକ୍ ପ୍ରଧାମନ୍ତ୍ରୀ ପୂର୍ବରୁ କହିଥିଲେ ଯେ, ଏପରି ଲକ୍‌ଡ଼ାଉନ ପାକିସ୍ତାନରେ ହୋଇପାରିବ ନାହିଁ । କରୋନା ବିରୋଧରେ ପାକିସ୍ତାନ ସରକାର ଅନ୍ୟ ରାଷ୍ଟ୍ରଗୁଡ଼ିକ ପରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁନଥିବାରୁ ଦେଶରେ ଇମ୍ରାନ ସମାଲୋଚିତ ହେବାରେ ଲାଗିଛନ୍ତି ।

Leave A Reply

Your email address will not be published.