Latest Odisha News

ବଢୁଛି କରୋନା ସୁସ୍ଥତା ହାର: ରାଜ୍ୟରେ ୮୦୦୦ ଟପିଲା ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ କରୋନା ସ୍ଥିତି ସଙ୍ଗିନ ଆଡକୁ ଗତି କରୁଥିବା ବେଳେ ସୁସ୍ଥତା ହାର ମଧ୍ୟ ବଢ଼ିବାରେ ଲାଗିଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୨ ହଜାର ଟପିଥିବା ବେଳେ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୮ ହଜାର ଟପିଛି । ଶନିବାର ଦିନ ରାଜ୍ୟରେ ସର୍ବାଧିକ ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ଆରୋଗ୍ୟ ବ୍ୟକ୍ତିଙ୍କ ହାର ୮୩୬୦ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ମଧ୍ୟ ବଢିଚାଲିଛି ଆରୋଗ୍ୟଙ୍କ ହାର । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଥିବା ବେଳେ ଶନିବାର ସୁଦ୍ଧା ୫,୧୨,୨୪୦ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ।

ସେହିପରି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୬,୩୧,୨୩୭ ସଂଖ୍ୟା ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ରହିଛି ୭୩,୬୬୭୮୦।

ଏଯାଏଁ ଏହି ମହାମାରୀ ପାଇଁ କୌଣସି ଔଷଧ ବାହାରି ନଥିବା ବେଳେ ସୁସ୍ଥତା ହାରରେ ବୃଦ୍ଧି ହେବା ନିଶ୍ଚିତ ପାଖେ ଏକ ସନ୍ତୋଷଜନକ ଖବର ଅଟେ।

Leave A Reply

Your email address will not be published.