Latest Odisha News

BREAKING NEWS

ଅମିତାଭଙ୍କ ଠାରେ ରହିଛି ହାଲୁକା କରୋନା ଲକ୍ଷଣ: ମେଡ଼ିକାଲ କର୍ତ୍ତୃପକ୍ଷ

ମୁମ୍ବାଇ: କରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ ଶେହେନସା ଅମିତାଭ ବଚ୍ଚନ। ଏନେଇ ସେ ଶନିବାର ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ତେବେ ସଦ୍ୟତମ ସୂଚନା ଅନୁଯାୟୀ ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କଠାରେ ହାଲୁକା କରୋନା ଲକ୍ଷଣ ଥିବା ସୂଚନା ଦେଇଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ।

ବିଗ୍ ବି ଙ୍କ ସହ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବ ପରେ ସମଗ୍ର ବଲିଉଡ୍‌ରେ ଆଲୋଡ଼ନ ସୃଷ୍ଟି ହୋଇଯାଇଥିଲା ।

ଅଭିଷେକ ଓ ଅମିତାଭଙ୍କ ଆରୋଗ୍ୟ କାମନା କରିଛନ୍ତି ସେମାଙ୍କ ପ୍ରସଂଶକ। ଅନ୍ୟମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ମଧ୍ୟ ବିଗ୍ ବି ଓ ଅଭିଷେକଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ଅମିତାଭଙ୍କ ପତ୍ନୀ ଜୟା, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟାଙ୍କ ସ୍ବାବ୍‌ ନମୁନା ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି।

Leave A Reply

Your email address will not be published.